କେନ୍ଦ୍ରାପଡା:କେନ୍ଦ୍ରାପଡାରେ ଏକ ବଡ଼ ଧରଣର ଜିଏସଟି ଠକେଇ ଅଭିଯୋଗ । ଜିଲ୍ଲାର ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତର ମାହାଳ ବଜାର ଲେଙ୍କା ଭେରାଇଟ ଷ୍ଟୋରରେ ଗତକାଲି(ବୁଧବାର) ଜିଏସଟି ଚଢ଼ାଉ କରିଛି । ଏହି ଭେରାଇଟ ଷ୍ଟୋର ସିଧାସଳଖ ଜିଏସଟି ଠକେଇ କରୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା ।
ଭେରାଇଟି ଷ୍ଟୋରରେ GST ଚଢ଼ାଉ, ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ଜବତ - କେନ୍ଦ୍ରାପଡ଼ାରେ ଜିଏସଟି ଠକେଇ ଅଭିଯୋଗ
କେନ୍ଦ୍ରାପଡା ଜିଲ୍ଲାରେ ଭେରାଇଟି ଷ୍ଟୋରରେ ଜିଏସଟି ଠକେଇ ପାଇଁ ଚଢାଉ କରାଯାଇଛି । ଅଧିକ ପଢନ୍ତୁ
ଜିଏସଟି ଠକେଇ ଅଭିଯୋଗ, କେନ୍ଦ୍ରାପଡ଼ାର ଏକ ଭେରାଇଟି ଷ୍ଟୋରରେ 5 ଟିମର ଚଢାଉ
ଜିଏସଟି ଠକେଇ ଅଭିଯୋଗ, କେନ୍ଦ୍ରାପଡ଼ାର ଏକ ଭେରାଇଟି ଷ୍ଟୋରରେ 5 ଟିମର ଚଢାଉ
କଟକ କମିଶନରେଟ ପୋଲିସ ଓ କଟକ ଆୟକର ବାଣିଜ୍ୟ ବିଭାଗର ଜିଏସଟି ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟର ଏକ ୫ ଜଣିଆ ଟିମ ବୁଧବାର ମଧ୍ୟାହ୍ନରେ ଏହି ଷ୍ଟୋରରେ ଚଢ଼ାଉ କରିଥିଲେ । ଜିଏସଟି ଏନଫୋର୍ସମେଣ୍ଟ ଅଫିସର ବିରଞ୍ଚି ମହାନନ୍ଦିଆଙ୍କ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ ଏହି ଟିମ ମାହାଳ ଲେଙ୍କା ଭେରାଇଟ ଷ୍ଟୋରରେ ଚଢ଼ାଉ କରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ବେଳେ ଭେରାଇଟ ଷ୍ଟୋରର ମାଲିକ ବାଣିଜ୍ୟ କର ନଦେଇ ନିଜ ଷ୍ଟକରୁ ଊର୍ଦ୍ଧ୍ବ ସଞ୍ଚୟ କରିଥିଲେ ବୋଲି ସୂଚନା ରହିଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ