ଓଡିଶା

odisha

ମାଆ ବଦଳରେ ସ୍କୁଲରେ ଝିଅ ପଢ଼ାଇବା ଘଟଣା, ରିପୋର୍ଟ ତଲବ କଲେ DEO

By

Published : Sep 3, 2022, 12:33 PM IST

ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମାଆ ବଦଳରେ ଝିଅ ପାଠ ପଢ଼ାଇବା ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ରାପଡା ଶିକ୍ଷାଧିକାରୀ । ଅଧିକ ପଢନ୍ତୁ

ମାଆ ବଦଳରେ ସ୍କୁଲରେ ଝିଅ ପାଠ ପଢ଼ାଇବା ଘଟଣା, ରିପୋର୍ଟ ତଲବ କଲେ ଡିଇଓ
ମାଆ ବଦଳରେ ସ୍କୁଲରେ ଝିଅ ପାଠ ପଢ଼ାଇବା ଘଟଣା, ରିପୋର୍ଟ ତଲବ କଲେ ଡିଇଓ

କେନ୍ଦ୍ରାପଡା: ରାଜକନିକା ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ କା ଶିକ୍ଷୟତ୍ରୀ ପାଠ ପଢାଇବା ଘଟଣାର ତଦନ୍ତ ନିର୍ଦ୍ଦେଶ (School Teacher Daughter Takes Classes In Mother's Absence) । ମାଆ ବଦଳରେ ଝିଅ ପାଠ ପଢ଼ାଇବା ନେଇ କିଛି ଦିନ ପୂର୍ବେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଏବେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଖୁବଶୀଘ୍ର ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଇଓ ଶୁଭଲକ୍ଷ୍ମୀ ।

ମାଆ ବଦଳରେ ସ୍କୁଲରେ ଝିଅ ପାଠ ପଢ଼ାଇବା ଘଟଣା, ରିପୋର୍ଟ ତଲବ କଲେ ଡିଇଓ

ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଚିଠି ନଂ 11755ରେ ଶିକ୍ଷୟତ୍ରୀ ଅହଲ୍ୟା କାହିଁକି ଅନୁପସ୍ଥିତ ରହିଥିଲେ,ଏ ସମ୍ପର୍କରେ ସିଆରସିସି ବିଇଓଙ୍କୁ ସୂଚନା ଦେଇଥିଲେ କି ନାହିଁ ସେନେଇ ଉଲ୍ଲେଖ ରହିଛି । ସେହିପରି ଅହଲ୍ୟାଙ୍କ ବଦଳରେ ତାଙ୍କ ଝିଅ କିପରି ଓ କାହାଠାରୁ ଅନୁମତି ନେଇ ପାଠ ପଢ଼ାଇବା ପାଇଁ ବିଦ୍ୟାଳୟକୁ ଆସିଥିଲେ, ସେନେଇ ବିସ୍ତୃତ ରିପୋର୍ଟ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଡିଇଓ ।

ଏହା ମଧ୍ୟ ପଢନ୍ତୁ-ପଦାରେ ପଡିଲା ଶିକ୍ଷା ବ୍ୟବସ୍ଥାର ଅସଲି ଚିତ୍ର, ସ୍କୁଲରେ ପାଠ ପଢାଉଛନ୍ତି କା ଶିକ୍ଷୟତ୍ରୀ

ଗତ କିଛି ଦିନ ତଳେ ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମାଆଙ୍କ ବଦଳରେ ଝିଅ କା ଶିକ୍ଷୟତ୍ରୀ ସାଜି ପାଠ ପଢାଉଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ସରକାରୀ ଶିକ୍ଷୟତ୍ରୀ ଅହଲ୍ୟା ବିଶ୍ୱାଳଙ୍କ ବଦଳରେ ତାଙ୍କ ଝିଅ ସୀମାରେଖା ମହାନ୍ତି ବିଦ୍ୟାଳୟରେ ପାଠ ପଢାଉଥିଲେ । ଏପରି ଅଭିଯୋଗ ପରେ ବିଦ୍ୟାଳୟରେ ପହଞ୍ଚି ଥିଲେ ଗଣମାଧ୍ୟମ ପ୍ରତିନିଧି । ଆଉ ତାପରେ ହଡବଡେଇ ଯାଇଥିଲେ କା ଶିକ୍ଷୟତ୍ରୀ । ଗଣମାଧ୍ୟମ ପ୍ରତିନିଧି କାହା ପରମିଶନରେ କା ଶିକ୍ଷୟତ୍ରୀ ସାଜିଛନ୍ତି ପଚାରିବାରୁ ପାଲଟା ଜବାବ ଦେଇ କାହାଠୁ ପରମିଶନ ଆଣି ଫଟୋ ଉଠାଉଛି ବୋଲି ଓଲଟା ସେ ପ୍ରଶ୍ନ କରିଥିଲେ । ଏଥିସହ ମାଆଙ୍କ ଗୋଡ ଫ୍ୟାକ୍ଚର ହୋଇଥିବାରୁ ସେ ପାଠ ପଢାଉଥିବା ମତ ରଖିଥିଲେ । ଏହାପରେ ମାଆଙ୍କୁ ଫୋନ୍‌ ଯୋଗେ ଏହାପରେ ତାଙ୍କ ମାଆ ଅହଲ୍ୟା ବିଶ୍ୱାଳଙ୍କୁ ଫୋନ କରି ବିଇଓଙ୍କ ସହ କଥା ହେବାକୁ କହିବା ସହ ଶୀଘ୍ର ସ୍କୁଲକୁ ଆସିବାକୁ କହିଥିଲେ ।

ଏନେଇ ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମ ସଭାପତି ଉମେଶ ପାଢ଼ୀ କଂଗ୍ରେସ ଓବିସି ସେଲ ସଭାପତି ବିଧୁଭୂଷଣ ମହାପାତ୍ର ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିବା ସହ କାହା ଅନୁମତିରେ କା ଶିକ୍ଷୟତ୍ରୀ ପାଠ ପଢାଉଛନ୍ତି ପ୍ରଶ୍ନ କରିଥିଲେ । ଏନେଇ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ, ‘ମୁଁ ତାଙ୍କ ମାଆଙ୍କୁ ଚିହ୍ନିନି ଝିଅକୁ କେମିତି ଚିହ୍ନିବି ବୋଲି’ ସେ ମତ ରଖିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details