କେନ୍ଦ୍ରାପଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ସରକାରୀ କର୍ମଚାରୀ ମାନଙ୍କ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ। କର୍ତ୍ତବ୍ୟରେ ଅବହେଳା, ସରକାରୀ କାମରେ ମନମାନୀ ଯୋଗୁଁ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।
ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସରକାରୀ କର୍ମଚାରୀମାନେ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ସରକାରୀ କର୍ମଚାରୀଙ୍କ ମଧ୍ୟରେ କପାଳେଶ୍ଵର ପଞ୍ଚାୟତର ବୁଥ ନମ୍ବର ୧୧ରେ ପ୍ରଥମ ପୋଲିଂ ଅଫିସର ସହକାରୀ ଶିକ୍ଷକ ହେମନ୍ତ ମହାପାତ୍ର, କପାଳେଶ୍ଵର ପଞ୍ଚାୟତର ୧୧ନମ୍ବର ବୁଥରେ ପ୍ରିଜାଇଡିଂ ଅଫିସର ଗୋପାଳ ଚନ୍ଦ୍ର ବେହେରା, ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ପଞ୍ଚାୟତର ବୁଥ୍ ନମ୍ବର ୪ ପାଇଁ ସେକ୍ଟର ଅଫିସର ପ୍ରଦୀପ ଖଣ୍ଡାୟୀ, ମାର୍ଶାଘାଇ ବ୍ଲକର ମେହେନ୍ଦିନଗର ପଞ୍ଚାୟତ ବୁଥ ନମ୍ବର ୨ରେ ପ୍ରିଜାଇଡିଂ ଅଫିସର ସହକାରୀ ଶିକ୍ଷକ ନରେନ୍ଦ୍ର ସାହୁ ନିଲମ୍ବିତ ହୋଇଥିବା ଜଣାପଡ଼ିଛି ।