ଓଡିଶା

odisha

ETV Bharat / state

କୋରୋନା କାଳରେ କେନ୍ଦ୍ରାପଡାରେ ଖୋଲିଲା ଇକୋ ରିଟ୍ରିଟ, ମଜାନେବେ ପର୍ଯ୍ୟଟକ - ଭିତରକନିକା ଇକୋ ରିଟ୍ରିଟ

କୋଭିଡ ମହାମାରୀ ସମୟରେ ଖୁସି ଖବର । ଭିତର କନିକାରେ ଭ୍ରମଣ ସହ ଇକୋ ରିଟ୍ରିଟର ଭରପୁର ମଜା ନେବେ ପର୍ଯ୍ୟଟକ । ଅଧିକ ପଢନ୍ତୁ...

କେନ୍ଦ୍ରାପଡାବାସୀଙ୍କ ପାଇଁ ଖୁସି ଖବର, ଇକୋ ରିଟ୍ରିଟର ନେବେ ମଜା
କେନ୍ଦ୍ରାପଡାବାସୀଙ୍କ ପାଇଁ ଖୁସି ଖବର, ଇକୋ ରିଟ୍ରିଟର ନେବେ ମଜା

By

Published : Nov 15, 2020, 10:04 PM IST

କେନ୍ଦ୍ରାପଡା: କେନ୍ଦ୍ରାପଡାବାସୀଙ୍କ ପାଇଁ ଖୁସି ଖବର। ପ୍ରଥମଥର ପାଇଁ କୋଣାର୍କ ବେଳାଭୂମି ପରି ଭିତରକନିକାରେ ମଧ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ହେବ ଇକୋ ରିଟ୍ରିଟ। ରାଜନଗର ନଳିତାପାଟିଆ ଠାରେ ଏନେଇ ଜାଗା ଚିହ୍ନଟ ହୋଇଛି। ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେଉଥିବା ଇକୋ ରିଟ୍ରିଟ 3 ମାସ ଧରି ଚାଲିବ। ପର୍ଯ୍ୟଟକ ମାନଙ୍କ ପାଇଁ ଚାକଚକ୍ୟ ଭରା ଅସ୍ଥାୟୀ ତମ୍ବୁରେ ରହିବାଠୁ ନେଇ ଭିତରକନିକା, ପେଣ୍ଠ ବେଳାଭୂମି ବୁଲିବା ସହ ସମୁଦ୍ର ଭିତରେ ବୋଟିଂ କରିବା ସୁଯୋଗ ମିଳିବ।

କୋରୋନା କାଳରେ କେନ୍ଦ୍ରାପଡାରେ ଖୋଲିଲା ଇକୋ ରିଟ୍ରିଟ, ମଜାନେବେ ପର୍ଯ୍ୟଟକ

ଏହି ମହୋତ୍ସବରେ ବିଦ୍ୟୁତ, ସ୍ବରେଜ, ପାର୍କିଂ, ଆମ୍ବୁଲାନ୍ସ, ଅଗ୍ନି ନିରାପତ୍ତା ଆଦି ସୁବିଧା ପ୍ରଶାସନ ଯୋଗାଇ ଦେବ। ଘରୋଇ ସଂସ୍ଥା ଗୁଡିକ ରିଟ୍ରିଟ ମହୋତ୍ସବରେ ସମସ୍ତ ବ୍ୟବସ୍ଥା କରିବା ସହ ଅସ୍ଥାୟୀ ତମ୍ବୁ ଠୁ ନେଇ ଖାଦ୍ୟ ପାନୀୟ, ଲାଇଟ ସୁବିଧା ସୁଯୋଗ ପର୍ଯ୍ୟଟକଙ୍କୁ ଯୋଗେଇ ଦେବେ। ୧୫ଟି ତମ୍ବୁରେ ପଯ୍ୟଟକଙ୍କ ପାଇଁ ପଞ୍ଚତାରକା ହୋଟେଲ ପରି ସମସ୍ତ ସୁବିଧା ରହିବ। ଭିତରକନିକା ଓ ପେଣ୍ଠ ବେଳାଭୂମିରେ ବୁଲିବା ସହ ବୋଟିଂ କରିବାର ସୁବିଧା ମିଳିବ। ତେବେ ଖୁବଶୀଘ୍ର ଏହାର ପ୍ରଚାର ପ୍ରସାର ଆରମ୍ଭ ହେବ ଏବଂ ଇକୋ ରିଟ୍ରିଟ ଦ୍ଵାରା ଭିତରକନିକାର ମାନ ସାରା ବିଶ୍ଵରେ ଆହୁରି ବୃଦ୍ଧି ପାଇବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।

କେବଳ ମହୋତ୍ସବ କି ଇକୋ ରିଟ୍ରିଟ ନୁହେଁ ଭିତରକନିକାର ଭିତ୍ତିଭୂମି ବିକାଶ ହେବାର ଆବଶ୍ୟକତା ରହିଛି। ଯାହା ଦ୍ବାରା ଅନ୍ୟ ସମୟରେ ମଧ୍ୟ ପର୍ଯ୍ୟଟକ ମାନେ ଏଠାରେ ବୁଲି ଅପରୂପ ସୌନ୍ଦର୍ଯ୍ୟରେ ଭରା ଏହି ପ୍ରାକୃତିକ ସ୍ଥାନର ମଜା ନେଇ ପାରିବେ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details