ଓଡିଶା

odisha

ETV Bharat / state

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଗୀତାଞ୍ଜଳୀ ସେଠୀ

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ବିଜେଡିର ଗୀତାଞ୍ଜଳୀ ସେଠୀ । ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଗୀତାଙ୍କୁ ଅପ୍ରତିଦ୍ବନ୍ଦୀ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ

By

Published : Mar 13, 2022, 6:59 PM IST

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଗୀତାଞ୍ଜଳୀ ସେଠୀ
କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଗୀତାଞ୍ଜଳୀ ସେଠୀ

କେନ୍ଦ୍ରାପଡ଼ା:ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ବିଜେଡିର ଗୀତାଞ୍ଜଳୀ ସେଠୀ । 32 ଆସନ ବିଶିଷ୍ଟ କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ ବିଜେଡି 31ଟି ଆସନ ହାତେଇଥିବା ବେଳେ ବିଜେପି ପକ୍ଷରୁ ମାତ୍ର ଜଣେ ସଦସ୍ୟା ନିର୍ବାଚିତ ହୋଇଥିଲେ । ରବିବାର ସକାଳେ ସହରର ଏକ ଘରୋଇ ହୋଟେଲରେ ଜିଲ୍ଲାର ତିନିଜଣ ବିଧାୟକ, 31 ଜଣ ସଦସ୍ୟ ଓ କର୍ମୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ନାମକୁ ଲଫାଫାରୁ ଖୋଲାଯାଇଥିଲା । ଏଥିରେ ଗୀତାଞ୍ଜଳୀ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୋଲି ଘୋଷଣା କରାଯାଇ ଦଳୀୟ ହ୍ବିପ ଜାରି କରାଯାଇଥିଲା ।

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷା ହେଲେ ଗୀତାଞ୍ଜଳୀ ସେଠୀ

ପୂର୍ବାହ୍ନ ୧୧ଟାରେ ଗୀତାଞ୍ଜଳୀଙ୍କ ସମେତ ପ୍ରସ୍ତାବକ ଓ ସମର୍ଥକ ନିର୍ବାଚନ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଗୀତାଙ୍କୁ ଅପ୍ରତିଦ୍ବନ୍ଦୀ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ବିଜୟୀ ହେବା ପରେ ସେ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି । ପ୍ରତ୍ୟେକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି।

ବିଜୟର ଶ୍ରେୟତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ଗୀତାଞ୍ଜଳି । ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିକୁ ସାଧାରଣ ଲୋକଙ୍କ ପାଖରେ ବିଜେଡି ପହଞ୍ଚାଉଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଜିଲ୍ଲାର ମାତ୍ର ଗୋଟିଏ ଆସନରୁ ବିଜେପି ଦଳରୁ ବିଜୟୀ ହୋଇଥିବା ୧୧ନଂ ଜୋନର ଜିଲ୍ଲା ପରିଷଦ ଡଲି ଶତପଥୀ ଜିଲ୍ଲାର ସାମଗ୍ରିକ ବିକାଶରେ ଅଭାବ ଓ ଦୋଷତ୍ରୁଟି ପରିଲକ୍ଷିତ ହେଲେ ସେ ବିରୋଧି ହୋଇ ମୁହଁ ଖୋଲିବେ ଓ ୨୪୯ ପଞ୍ଚାୟତରେ ବସବାସ କରୁଥିବା ଲୋକଙ୍କ ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details