କେନ୍ଦ୍ରାପଡା:ପବଜି ଖେଳରୁ ଆରମ୍ଭ ହୋଇଥିଲା ସମ୍ପର୍କ । ହାଲୋ ହାଏ ପରେ ପ୍ରେମ ନିବେଦନ । ଦୀର୍ଘ ଏକ ବର୍ଷ ପରେ ଯୁବକଙ୍କ ପ୍ରେମ ନିବେଦନକୁ ଗ୍ରହଣ କରିଥିଲେ ଯୁବତୀ । ଆଉ ଏହାପରେ ଦେଖା ସାକ୍ଷାତ ଓ ବୁଲାବୁଲା ପରେ ନିବିଡ ହୋଇଥିବା ପ୍ରେମ ସମ୍ପର୍କ । ମନ୍ଦିରରେ ଯୁବତୀଙ୍କ ମଥାରେ ସିନ୍ଦୁର ଦେଇ ବିବାହ କରିଥିଲେ ଯୁବକ । କଥା ଦେଇଥିଲେ ଜୀବନସାରା ସାଥିରେ ରଖିବେ । କିନ୍ତୁ ବିବାହକୁ ମାସେ ନପୁରୁଣୁ ଯୁବତୀଙ୍କୁ ଆଉ ଧରା ଛୁଆଁ ଦେଉ ନାହାନ୍ତି ଯୁବକ । ଶେଷରେ ପ୍ରତାରଣାର ଶିକାର ହୋଇ ପ୍ରେମିକର ଘର ସମ୍ମୁଖରେ ଧାରଣାରେ ବସିଛି ପ୍ରେମିକା । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ନିକିରାଇ ଥାନା ଅଞ୍ଚଳରେ । ସମ୍ପୃକ୍ତ ଯୁବକ ହେଉଛନ୍ତି ପାଳକଣା ଗ୍ରାମର ଜ୍ୟୋତିଶ ରଞ୍ଜନ ଜେନା ।
ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ପାଞ୍ଚବର୍ଷ ତଳେ କେନ୍ଦ୍ରାପଡା ପାଳକଣା ଗ୍ରାମର ଜ୍ୟୋତିଶ ରଞ୍ଜନ ଜେନା ଓ ଯାଜପୁରର ରଶ୍ମିତାଙ୍କ ମଧ୍ୟରେ ପବଜି ଖେଳ ମାଧ୍ୟମରେ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ । ରଶ୍ମିତାଙ୍କୁ ମୋବାଇଲରେ ପ୍ରେମ ନିବେଦନ କରିଥିଲେ ଜ୍ୟୋତିଶ । ଏହାର ଗୋଟିଏ ବର୍ଷ ପରେ ଜ୍ୟୋତିଶଙ୍କ ନିବେଦନକୁ ଗ୍ରହଣ କରିଥିଲେ ରଶ୍ମିତା । ଏହାପରେ ଯାଜପୁର ଚଣ୍ଡିଖୋଲ ମହାବିନାୟକ ମନ୍ଦିରରେ ଉଭୟଙ୍କ ଦେଖା ସାକ୍ଷାତ ହୋଇଥିଲା ।