ଓଡିଶା

odisha

ETV Bharat / state

ଭିତରକନିକା ଜାତୀୟ ଉଦ୍ୟାନରେ ଜର୍ମାନ ସଂସଦୀୟ ଦଳର ପ୍ରତିନିଧି

ଭିତରକନିକା ଜାତୀୟ ଉଦ୍ୟାନରେ ଜର୍ମାନ ପରିବେଶ ସଂସଦୀୟ କମିଟିର ୧୮ ଜଣିଆ ପ୍ରତିନିଧି ଦଳ । ଅଧିକ ପଢନ୍ତୁ

ଭିତରକନିକା ଜାତୀୟ ଉଦ୍ୟାନରେ ଜର୍ମାନ ସଂସଦୀୟ ଦଳର ପ୍ରତିନିଧି
ଭିତରକନିକା ଜାତୀୟ ଉଦ୍ୟାନରେ ଜର୍ମାନ ସଂସଦୀୟ ଦଳର ପ୍ରତିନିଧି

By

Published : Nov 3, 2022, 9:19 AM IST

କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନରେ ଜର୍ମାନ ପରିବେଶ ସଂସଦୀୟ କମିଟିର ୧୮ ଜଣିଆ ପ୍ରତିନିଧି ଦଳ । ବୁଧବାର ପୂର୍ବାହ୍ନରେ ଏହି ଦଳ ଭିତରକନିକା ଜାତୀୟ ଉଦ୍ୟାନ ନିକଟରେ ପହଞ୍ଚିବା ପରେ PCCF ବିକାଶ ରଞ୍ଜନ ଦାଶ, ଆଠଗଡ଼ ବନଖଣ୍ଡ ଅଧିକାରୀ ଡଃ ଯଜ୍ଞଦତ୍ତ ପତି ଏହି ପ୍ରତିନିଧି ମଣ୍ଡଳୀରେ ଥିବା କମିଟି ସଦସ୍ୟ ମାନଙ୍କୁ ଭିତରକନିକାରେ ଥିବା ମ୍ୟୁଜିୟମ, ବୋଟ ଲାଇବ୍ରେରୀ, କୁମ୍ଭୀର ଅଣ୍ଡାର ରକ୍ଷଣା ବେକ୍ଷଣ ସ୍ଥାନ(Hatchery),ହେନ୍ତାଳ ଗଛର ନର୍ସରୀ ଓ ଧଳା କୁମ୍ଭୀର ମଲ୍ଲୀ ଏବଂ ଗୋରୀକୁ ଦେଖାଇଥିଲେ । ଏହା ଦେଖି ପ୍ରତିନିଧି ମଣ୍ଡଳୀ ଖୁସିବ୍ୟକ୍ତ କରିଛନ୍ତି ।

ଭିତରକନିକା ଜାତୀୟ ଉଦ୍ୟାନରେ ଜର୍ମାନ ସଂସଦୀୟ ଦଳର ପ୍ରତିନିଧି

ତେବେ ଏହି ପ୍ରତିନିଧି ମଣ୍ଡଳୀ ଗସ୍ତର ମୁଖ୍ୟ କାରଣ ଭିତରକନିକା ଜଳର ଗୁଣାତ୍ମକ ମାନ ପରୀକ୍ଷା ଓ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବା ହୋଇଥିବା ବେଳେ ଏହି କମିଟି ମଙ୍ଗଳବାର ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସହ ଆଲୋଚନା କରିଥିଲେ । ବୁଧବାର ସ୍ଥାନୀୟ ପଞ୍ଚାୟତର ଲୋକ ପ୍ରତିନିଧି ମାନଙ୍କୁ ଭେଟି ଭିତରକନିକା ପାର୍ଶ୍ଵରେ ସେମାନଙ୍କ ଜୀବନ, ଜୀବିକା, ନଦୀନାଳ ମାନଙ୍କରେ ରହୁଥିବା କୁମ୍ଭୀର ମାନଙ୍କ ଆକ୍ରମଣ ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ କରିଥିଲେ । ଏହି ଗସ୍ତ କାର୍ଯ୍ୟକ୍ରମରେ ରେଞ୍ଜ ଅଫିସର ମାନସ ଦାସ, ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ, ପ୍ରଶାନ୍ତ ସିଂହ ପ୍ରମୁଖ ସହଯୋଗ କରି ପ୍ରତିନିଧି ମଣ୍ଡଳୀକୁ ସହଯୋଗ କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details