କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟାର ଟିଟୋର ଭାଇ ସୟଦ ଆସ୍ପାକ ଓରଫ ଜି.ବାବୁକୁ 5 ଦିନିଆ ରିମାଣ୍ଡରେ ନେଲା ପୋଲିସର ସ୍ପେଶାଲ ଟାକ୍ସ ଫୋର୍ସ(STF) । ଠିକାଦାର ଶିବପ୍ରସାଦ ପରିଡାଙ୍କୁ ଅପହରଣ ଓ ହତ୍ୟା ଧମକ ଘଟଣାରେ 7 ଦିନର ରିମାଣ୍ଡ ଆବେଦନ କରିଥିଲା STF । ହେଲେ କେନ୍ଦ୍ରାପଡା SDJM କୋର୍ଟ 5 ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ ।
5 ଦିନିଆ ରିମାଣ୍ଡରେ ଗ୍ୟାଙ୍ଗଷ୍ଟାର ଟିଟୋର ଭାଇ ଜି.ବାବୁ - kendrapara
5 ଦିନିଆ ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟାର ଟିଟୋର ଭାଇ ଜି.ବାବୁ । ଠିକାଦାର ଶିବପ୍ରସାଦ ପରିଡାଙ୍କୁ ଅପହରଣ ଓ ହତ୍ୟା ଧମକ ଘଟଣାରେ ତାକୁ ରିମାଣ୍ଡରେ ନେଇଛି STF ।

ଫାଇଲ ଫଟୋ
ଗତ ଜୁନ 22ରେ STF GR କେଶ ନଂ-୧୦୦୫/୧୮ ଓ ୮୫୫/୧୮ ନଂରେ ମାମଲାରେ ରିମାଣ୍ଡ ଆବେଦନ କରିଥିଲା । ଶିବପ୍ରସାଦ ପରିଡାଙ୍କୁ ଅପହରଣ ଓ ହତ୍ୟା ଧମକ ଘଟଣାର ଅଭିଯୁକ୍ତ ଜି.ବାବୁ । ତେବେ ରିମାଣ୍ଡ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୋଲିସକୁ ମିଳିବାର ଆଶା କରାଯାଉଛି । ଠିକାଦାରଙ୍କୁ ଅପହରଣ ଓ ହତ୍ୟା ଧମକ ଘଟଣାର ପୁରା କାହାଣୀ ସାମ୍ନାକୁ ଆଣିବାକୁ ପ୍ରୟାସ କରିବ STF ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ