ଓଡିଶା

odisha

ETV Bharat / state

ସୁପରଭାଇଜରଙ୍କୁ ଫସାଇ ଦେଲା 10 ହଜାର ଲାଞ୍ଚ - ଲାଞ୍ଚ ନେଇ ଫସିଲେ ସୁପରଭାଇଜର

ଲାଞ୍ଚ ନେଇ ଫସିଲେ ସୁପରଭାଇଜର । ଅଙ୍ଗନୱାଡିର ରନ୍ଧାଖାଦ୍ୟ ବିଲ୍ କରାଇବା ପାଇଁ ଲାଞ୍ଚ ନେଉଥିବା ବେଳେ ଗରଦପୁର ବ୍ଲକର ବରିଷ୍ଠ ସୁପରଭାଇଜର କବିତା ବେହେରାଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Aug 8, 2019, 6:38 PM IST

କେନ୍ଦ୍ରାପଡା: ଭିଜିଲାନ୍ସ ଜାଲରେ ଗରଦପୁର ବ୍ଲକର ବରିଷ୍ଠ ସୁପରଭାଇଜର । ଅଙ୍ଗନୱାଡି ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟର ବିଲ୍ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଫସିଲେ ସୁପରଭାଇଜର କବିତା ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଅଭିଯୋଗ ଅନୁଯାୟୀ, ପଦ୍ମପୁର ପଞ୍ଚାୟତର ମହମୁଦା ଅଙ୍ଗନୱାଡି ସେଣ୍ଟରର କର୍ମୀ ବିନୋଦିନୀ ମହାରଜାଙ୍କୁ ସେଣ୍ଟରରେ ବ୍ୟାପକ ଅନିୟମିତତା, ବିଭିନ୍ନ ପ୍ରକାରର କାଗଜପତ୍ରରେ ଭୁଲ ଦର୍ଶାଇ ଦୀର୍ଘ ତିନିମାସ ହେବ ରନ୍ଧାଖାଦ୍ୟ ବାବଦକୁ ବିଲ ନଦେବା ଓ ତାଙ୍କର ଦରମା ଟଙ୍କାକୁ ବନ୍ଦ କରି ଦିଆଯାଇଥିଲା। ସୁପରଭାଇଜର କବିତା ବେହେରା ଏସବୁ କାର୍ଯ୍ୟଗୁଡିକୁ ଠିକ କରାଇବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏନେଇ ଅଙ୍ଗନକର୍ମୀ ବିନୋଦିନୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲା । ଯୋଜନା ମୁତାବକ ଆଜି ବିନୋଦୀନି 5000 ଟଙ୍କା ଲାଞ୍ଚ ନେଇ କବିତାଙ୍କ ନିକଟକୁ ଯାଇଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ବାସଭବନ ଉପରେ ମଧ୍ୟ ଚଢାଉ କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details