ଓଡିଶା

odisha

ETV Bharat / state

ଅଭିଯୋଗ ପରେ ବିଜେଡିର ଆକ୍ସନ: ଗରଦପୁର ବ୍ଲକ ସଭାପତି ନିଲମ୍ବିତ,ଗିରଫ କଲା ପୋଲିସ

କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବିଜେଡି ସଭାପତି ଶଶାଙ୍କ ଶେଖର ପରିଡାଙ୍କ ନିଲମ୍ବିତ । ମହିଳା ବିଜେଡି କର୍ମୀଙ୍କୁ ଅଶ୍ଲୀଳ ଆଚରଣ କରିବା ଅଭିଯୋଗରେ ଜିଲ୍ଲା ସଭାପତି ତାଙ୍କୁ ନିଲମ୍ବିତ କରିଛନ୍ତି । ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

ବିଜେଡି ମହିଳା କର୍ମୀଙ୍କୁ ଅଶାଳୀନ ଇଙ୍ଗିତ ଅଭିଯୋଗ ଘଟଣା
ବିଜେଡି ମହିଳା କର୍ମୀଙ୍କୁ ଅଶାଳୀନ ଇଙ୍ଗିତ ଅଭିଯୋଗ ଘଟଣା

By ETV Bharat Odisha Team

Published : Sep 9, 2023, 10:21 AM IST

ବିଜେଡି ମହିଳା କର୍ମୀଙ୍କୁ ଅଶାଳୀନ ଇଙ୍ଗିତ ଅଭିଯୋଗ ଘଟଣା

କେନ୍ଦ୍ରାପଡ଼ା: ଗରଦପୁର ବ୍ଲକ ବିଜେଡି ସଭାପତି ଶଶାଙ୍କ ଶେଖର ପରିଡାଙ୍କ ନିଲମ୍ବିତ । ମହିଳା ବିଜେଡି କର୍ମୀଙ୍କୁ ଅଶ୍ଲୀଳ ଆଚରଣ କରିବା ଅଭିଯୋଗରେ ଜିଲ୍ଲା ସଭାପତି ତାଙ୍କୁ ନିଲମ୍ବିତ କରିଛନ୍ତି । ଏଥିସହ ଅଭିଯୋଗକାରୀ ମହିଳା କର୍ମୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି । ବିଜେଡି ଦଳର ବ୍ଲକ ସମ୍ପାଦିକା ଦଳର ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସଭାପତି ଶଶାଙ୍କ ଶେଖର ପରିଡା ଅଶ୍ଳୀଳ ଇଙ୍ଗିତ କରିବା ଅଭିଯୋଗରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରି ଜିଲ୍ଲା ବିଜେଡି ସଭାପତି ତାଙ୍କୁ ନିଲମ୍ବିତ କରିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ଦଳର ବ୍ଲକ ସମ୍ପାଦିକାଙ୍କୁ ଶଶାଙ୍କ ଶେଖର ପରିଡାଙ୍କ ଅଶ୍ଳୀଳ ଇଙ୍ଗିତ କରିଥିଲେେ । ଏଥିସହ ଟେଲିଫୋନ ଯୋଗେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ଓରଫ ବାବୁଲାଙ୍କୁ "ଆଇ ଲଭ ୟୁ" କହିବା ପାଇଁ ପାଇଁ ପ୍ରବର୍ତ୍ତାଇବା ନେଇ ମହିଳା କର୍ମୀ ଜଣକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣା ୨୦୨୨ ମସିହା ଅକ୍ଟୋବର ୨୩ ତାରିଖର ହୋଇଥିବା ବେଳେ ଏ ସମ୍ପର୍କରେ ମହିଳା କର୍ମୀ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ଏବଂ ତାଙ୍କ ପତ୍ନୀ ଅଞ୍ଜୁ ଅଗ୍ରୱାଲଙ୍କୁ ଜଣାଇଥିଲେ । ତେବେ ଘଟଣା ସମ୍ପର୍କରେ ଚୁପ ରହି ରାଜନୀତିରେ ରହିଲେ ଏସବୁ ସହିବାକୁ ହୁଏ ବୋଲି ବିଧାୟିକାଙ୍କ ବୋହୁ ଅଞ୍ଜୁ ଅଗ୍ରୱାଲ କହିଥିବା ମହିଳା ଜଣକ ଏତଲାରେ ଦର୍ଶାଇଛନ୍ତି । ଏହି ଘଟଣା ନେଇ ପୋଲିସ ଶଶାଙ୍କଙ୍କୁ ଗିରଫ କରିଛି । ଅନ୍ୟପଟେ ସନ୍ଧ୍ୟାରେ ବିଜେଡି ବ୍ଳକ ସଭାପତି ପଦବୀରୁ ଶଶାଙ୍କଙ୍କୁ ହଟାଯାଇଥିବା ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ଜିଲ୍ଲା ବିଜେଡି ସଭାପତି ।

ଏହା ମଧ୍ୟ ପଢ଼ନ୍ତୁ:ବିଜେଡି ଗରଦପୁର ବ୍ଲକ ସଭାପତିଙ୍କ ନାଁରେ ଏତଲା ଦେଲେ ମହିଳା ବିଜେଡି କର୍ମୀ

ତେବେ ଏସମ୍ପର୍କରେ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କହିଛନ୍ତି, "ବିଜେଡିର କଥା ଗୋଟିଏ କାମ ଗୋଟିଏ । ଇତିଶ୍ରୀ, ବେବିନା, ପରୀ ଆଉ ପିହୁ ଭଳି ନାରୀଙ୍କୁ ବିଜେଡି ସରକାର ସୁରକ୍ଷା ଦେଇ ପାରିନଥିବା ବେଳେ ନିଜ ଦଳର ନେତ୍ରୀଙ୍କୁ ମଧ୍ୟ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ବିଜେଡି ଦଳରେ ନାରିନେତ୍ରୀ ସୁରକ୍ଷିତ ନୁହଁନ୍ତି। ବିଜେଡିର "ମାକୁ ସମ୍ମାନ" କେବଳ ନାରାରେ ସୀମିତ ।" ବିଜେପି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ଅପରାହ୍ନରେ ପାଟକୁରା ବଜାର ଠାରେ ଶଶାଙ୍କ ଏବଂ ସଞ୍ଜୟଙ୍କ କୁଶ ପୁତ୍ତଳିକାରେ କାଳି ମାରିବା ସହ ଏହା ଏକ ଘୃଣ୍ୟ ମାନସିକତା ଓ ପାଟକୁରା ବିଧାୟିକା ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି ଦାବି କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details