ଓଡିଶା

odisha

By

Published : Oct 10, 2019, 6:07 PM IST

ETV Bharat / state

5 କେଜି ଗଞ୍ଜେଇ ଜବତ, ଜଣେ ଗିରଫ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ ଚଢାଉ କରି ଗଞ୍ଜେଇ ଜବତ କରିଛି । 5 କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ । ଜଣେ ଗିରଫ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଗଞ୍ଜେଇ ଜବତ । କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ ଚଢାଉ କରି ଗଞ୍ଜେଇ ଜବତ କରିଛି ।

କେନ୍ଦ୍ରାପଡା ଜିଲ୍ଲାରେ ଗଞ୍ଜେଇ ଜବତ

କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଏକ ପାଞ୍ଚ ଜଣିଆ ସ୍ବତନ୍ତ୍ର ଟିମ ବୋଧଗାଁରେ ଚଢ଼ାଉ କରିଥିଲା । ସଞ୍ଜୟ ରାଉତ ନାମକ ଜଣେ ଯୁବକଙ୍କ ନିକଟରୁ ୫ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି।

ତେବେ ଗିରଫ ଯୁବକଙ୍କ କହିବାନୁଯାୟୀ ପଟ୍ଟାମୁଣ୍ଡାଇର ଏକ ନିର୍ଦ୍ଦିଷ୍ଟ ମଠରୁ ଗଞ୍ଜେଇ ତାଙ୍କ ପାଖକୁ ଆସେ ଓ ସେ ଗତ 6ମାସ ହେଲା ଏହି ବେପାର ଚଳାଇଛନ୍ତି। ପୋଲିସ ଏବଂ ଅବକାରୀ ବିଭାଗର ଚଢ଼ାଉ ଓ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ବେପାରୀ ସଞ୍ଜୟ କିପରି ସେମାନଙ୍କ ନଜରକୁ ଆସିନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଭିଯୁକ୍ତକୁ ଗିରଫ କରି ଅବକାରୀ ଗୁଇନ୍ଦା ବିଭାଗ କେନ୍ଦ୍ରାପଡ଼ା SDJM କୋର୍ଟରେ ହାଜର କରାଯାଇଛି । ଅଭିଯୁକ୍ତର ଜାମିନ ଆବେଦନ ଖାରଜ କରାଯିବାରୁ ତାକୁ କେନ୍ଦ୍ରାପଡ଼ା ଉପକାରଗାରକୁ ପଠାଇଦିଆଯାଇଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details