ଓଡିଶା

odisha

ETV Bharat / state

ଏସଟିଏଫ ହାତରେ ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ଡାଙ୍ଗ - କ୍ରାଇମବ୍ରାଞ୍ଚ

ଗ୍ୟାଙ୍ଗଷ୍ଟାର ଟିଟୋର ଅନ୍ୟତମ ସହଯୋଗୀ ସେଖ ଜାଭିଦ ଗିରଫ । କ୍ରାଇମବ୍ରାଞ୍ଚ ଏସଟିଏଫ ତାକୁ ଗିରଫ କରିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ : ସମ୍ବାଦଦାତା,କେନ୍ଦ୍ରାପଡା

By

Published : Oct 5, 2019, 10:27 PM IST

କେନ୍ଦ୍ରାପଡା : ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ସେଖ ଜାଭିଦ ଓରଫ ଡାଙ୍ଗକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଠିକାଦାର ଶିବପ୍ରସାଦ ପରିଡା ଅପହରଣ ମାମଲାରେ ଏସଟିଏଫ ଜାଭିଦକୁ ଗିରଫ କରିଛି ।

ଗ୍ୟାଙ୍ଗଷ୍ଟାର ଟିଟୋର ସହଯୋଗୀ ଗିରଫ

ଗ୍ୟାଙ୍ଗଷ୍ଟାର ଟିଟୋର ଅନ୍ୟତମ ସହଯୋଗୀ ସେଖ ଜାଭିଦ ଓରଫ୍ ଡାଙ୍ଗକୁ ଗିରଫ କରିଛି ଏସଟିଏଫ । ଏହା ପରେ ଅଭିଯୁକ୍ତ ଜାଭିଦକୁ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ | ଠିକାଦାର ଶିବପ୍ରସାଦ ପରିଡା ଓରଫ ରନ୍ଥା ଅପହରଣ ମାମଲାରେ ଏସଟିଏଫ ଜାଭିଦକୁ ଗିରଫ କରାଯାଇଛି |

ତେବେ ଏହି ଅପହରଣ ମାମଲାରେ ଏସଟିଏଫ ପୂର୍ବରୁ ଜି ବାବୁ, ସେକ ଚାନ୍ଦ ଓ ମଜୋକୁ ଗିରଫ କରିଛି | ଦୀର୍ଘଦିନ ଧରି ଏସ ଟିଏଫ ସେକ ଜାଭିଦକୁ ଧରିବା ପାଇଁ ଜାଲ ବିଛାଯାଇଥିଲା | ଶେଷରେ ଜାଭିଦକୁ ତାର ଇମାମ ବାଡ଼ି ମସଜିଦ ଗଳି ସ୍ଥିତ ଘରୁ ଗିରଫ କରିଥିଲା ଏସଟିଏଫ | ଏହା ପରେ ଏସଟିଏଫ ଜାଭେଦ କୁ ରିମାଣ୍ଡରେ ନେଇ ପଚରା ଉଚରା କରିପାରେ |

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details