ଓଡିଶା

odisha

ETV Bharat / state

SDJM କୋର୍ଟରେ ହାଜର ଗ୍ୟାଙ୍ଗଷ୍ଟାର ଟିଟୋ, ୬ରେ ଶୁଣାଣି - କେନ୍ଦ୍ରାପଡା ଏସଡିଜେଏମ କୋର୍ଟ

SDJM କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ । ଅଧିକ ପଢନ୍ତୁ

SDJM କୋର୍ଟରେ ହାଜର ଗ୍ୟାଙ୍ଗଷ୍ଟାର ଟିଟୋ, ୬ ରେ ଶୁଣାଣି
SDJM କୋର୍ଟରେ ହାଜର ଗ୍ୟାଙ୍ଗଷ୍ଟାର ଟିଟୋ, ୬ ରେ ଶୁଣାଣି

By

Published : Dec 23, 2021, 8:44 PM IST

କେନ୍ଦ୍ରାପଡ଼ା: SDJM କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ । STF କେଶ ନଂ 10/2018 ରେ ଅନ୍ୟ 6 ଅଭିଯୁକ୍ତଙ୍କ ସହ ବ୍ରହ୍ମପୁର ଜେଲରେ ବିଚାରାଧୀନ କଏଦୀ ଭାବେ ଥିବା ପୋଲିସ କଡା ସୁରକ୍ଷାରେ କେନ୍ଦ୍ରାପଡ଼ା କୋର୍ଟରେ ପହଞ୍ଚିଥିଲା ଟିଟୋ ।

SDJM କୋର୍ଟରେ ହାଜର ଗ୍ୟାଙ୍ଗଷ୍ଟାର ଟିଟୋ, ୬ ରେ ଶୁଣାଣି

ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କ ବୟାନ ରେକର୍ଡ କରାଯାଇ ଥିବାବେଳେ ଆସନ୍ତା ଜାନୁୟାରୀ 6 ରେ ଘଟଣା ଉପରେ ରାୟ ଶୁଣାଇବେ ମାନ୍ୟବର କୋର୍ଟ । STF ଅଭିଯୋଗ ଅନୁଯାୟୀ, କୁଜଙ୍ଗ ଥାନା ଅଧିନ ଫତେପୁର ଗାଁର ଗୋବିନ୍ଦ ଚନ୍ଦ୍ର ମହାନ୍ତି ଓ ସରୋଜିନୀ ମିଶ୍ର ଗୋପ ଛକ ଜାତୀୟ ରାଜପଥ କଡରେ ଏକ 36 ଗୁଣ୍ଠ ଜମିକୁ ଟିଟୋ ଓ ସହଯୋଗୀ ଧମକଚମକ ଦେଇ ହଡପ କରିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ମୋଟ ୯ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇ ଥିବାବେଳେ ଏବେ ମଧ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details