ଓଡିଶା

odisha

By

Published : Nov 24, 2022, 12:33 PM IST

ETV Bharat / state

୭ ଦଫା ଦାବି ନେଇ କେନ୍ଦ୍ରାପଡାରେ କଂଗ୍ରେସର ବିକ୍ଷୋଭ

୭ ଦଫା ଦାବି ନେଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ । ଅଧିକ ପଢନ୍ତୁ

୭ ଦଫା ଦାବି ନେଇ କେନ୍ଦ୍ରାପଡାରେ କଂଗ୍ରେସର ବିକ୍ଷୋଭ
୭ ଦଫା ଦାବି ନେଇ କେନ୍ଦ୍ରାପଡାରେ କଂଗ୍ରେସର ବିକ୍ଷୋଭ

କେନ୍ଦ୍ରାପଡା:୭ ଦଫା ଦାବି ନେଇ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ଗଣେଶ୍ଵର ବେହେରାଙ୍କ ନେତୃତ୍ଵରେ ଶତାଧିକ ଦଳୀୟ କର୍ମୀ ଗରାପୁରରୁ ଏକ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ପହଞ୍ଚିଥିଲେ ।

୭ ଦଫା ଦାବି ନେଇ କେନ୍ଦ୍ରାପଡାରେ କଂଗ୍ରେସର ବିକ୍ଷୋଭ

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପ୍ରଦାନ, କେନ୍ଦ୍ରାପଡାକୁ ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ, ଶୀତଳ ଭଣ୍ଡାର ପ୍ରତିଷ୍ଠା, ମ୍ୟୁନିସପାଲଟି ଅଞ୍ଚଳରେ ଡ୍ରେନେଜ ଓ ସ୍ଵରେଜ ନିର୍ମାଣ, ସିଂହଗାଁକୁ ସଂଯୋଗ ପାଇଁ କଣ୍ଡିଆନାଳ ସେତୁ ନିର୍ମାଣ ଓ ଆୟବା ସରକାରୀ +୨ ବିଜ୍ଞାନ ମହାବିଦ୍ୟାଳୟର ପୁନର୍ବିନ୍ୟାସ ପାଇଁ କଂଗ୍ରେସ ପକ୍ଷରୁ ଦାବି ହୋଇଛି । କଂଗ୍ରେସ ପକ୍ଷରୁ ମୁଖମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିବାବେଳେ, ଏହି ଦାବିପତ୍ରକୁ ଉପ ଜିଲ୍ଲାପାଳ ଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ବାଣ ବିସ୍ଫୋରଣ ଘଟଣା: 10 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ, ଚିକିତ୍ସା କରୁଛନ୍ତି ସ୍ବତନ୍ତ୍ର ଡାକ୍ତରୀ ଟିମ୍‌

ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଚିନ୍ମୟ ପ୍ରସାଦ ବେଉରା, କଂଗ୍ରେସ ନେତା ଧରଣୀଧର ନାୟକ ଓ ଜୟନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ । ଗତ ୨୦୨୧ ଫେବ୍ରୁଆରୀ ମାସରେ କଂଗ୍ରେସ "ମାଟି ପାଇଁ ପାଟି ଖୋଲ", ଆଜି "ମାଟି ପାଇଁ ମାଡିଚାଲ" କାର୍ଯ୍ୟକ୍ରମ କରିଥିବାବେଳେ ଆଗାମୀ ଦିନରେ ସରକାର ଦାବି ପ୍ରତି କର୍ଣ୍ଣପାତ ନକଲେ ମାଟି ପାଇଁ ଜେଲ୍‌ ଚାଲ ଆନ୍ଦୋଳନ କରିବ ବୋଲି କହିଛନ୍ତି କଂଗ୍ରେସ ନେତା ଗଣେଶ୍ୱର ।
ଜିଲ୍ଲା ଗଠନ ଦିନରୁ ଆଜିଯାଏ ବିଜେଡି ଶାସନର ୨୨ ବର୍ଷରେ କେନ୍ଦ୍ରାପଡ଼ା ସର୍ବାଧିକ ଅବହେଳିତ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । କେନ୍ଦ୍ରପଡା ପ୍ରତି ସରକାର ଉଦାର ନହେଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଆହ୍ବାନ ଦେଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details