ଓଡିଶା

odisha

ETV Bharat / state

ଧରାବତରଣ କରିବେ ଅଗ୍ରପୂଜ୍ୟ, କେନ୍ଦ୍ରାପଡାରେ ଜୋରଦାର ପ୍ରସ୍ତୁତି - କେନ୍ଦ୍ରାପଡାରେ ଜମିବ ଗଣେଶ ପୂଜା

ଦୁଇବର୍ଷ ପରେ କଟକଣା କୋହଳ ହୋଇଥିବାରୁ ଚଳିତବର୍ଷ କେନ୍ଦ୍ରାପଡାରେ ଜମିବ ଗଣେଶ ପୂଜା । ପୂଜା ମାହୋଲକୁ ସରଗରମ କରିବାକୁ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର ଚାଲିଛି । ଅଧିକ ପଢନ୍ତୁ

ଧରାବତରଣ କରିବେ ଅଗ୍ରପୂଜ୍ୟ, କେନ୍ଦ୍ରାପଡାରେ ଜୋରଦାର ପ୍ରସ୍ତୁତି
ଧରାବତରଣ କରିବେ ଅଗ୍ରପୂଜ୍ୟ, କେନ୍ଦ୍ରାପଡାରେ ଜୋରଦାର ପ୍ରସ୍ତୁତି

By

Published : Aug 30, 2022, 2:22 PM IST

କେନ୍ଦ୍ରାପଡା: ରାତି ପାହିଲେ ଗଣେଶ ପୂଜା । ଆଉ ମାତ୍ର କେଇଘଣ୍ଟା ପରେ ଧରାବତରଣ କରିବେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ। ଦୁଇବର୍ଷ ପରେ କଟକଣା କୋହଳ ହୋଇଥିବାରୁ ଚଳିତବର୍ଷ କେନ୍ଦ୍ରାପଡାରେ ଜମିବ ଗଣେଶ ପୂଜା । ପୂଜା ମାହୋଲକୁ ସରଗରମ କରିବାକୁ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର ଚାଲିଛି । ଭଳିକିଭଳି ମୁଦ୍ରାରେ ନିର୍ମାଣ ଚାଲିଛି ଗଣପତିଙ୍କ ପ୍ରତିମୂର୍ତ୍ତି । ରାତିପାହିଲେ ଗଣେଶ ପୂଜା ଥିବାରୁ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର ।

ଧରାବତରଣ କରିବେ ଅଗ୍ରପୂଜ୍ୟ, କେନ୍ଦ୍ରାପଡାରେ ଜୋରଦାର ପ୍ରସ୍ତୁତି

ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ କମିଟିକୁ ମୂର୍ତ୍ତି ହସ୍ତାନ୍ତର କରିବାକୁ ଥିବାବେଳେ କମିଟି ଗୁଡିକ ପୂଜା ମଣ୍ଡପକୁ ସଜବାଜ କରିବାରେ ଲାଗି ପଡିଛନ୍ତି ।କୋରୋନା ପାଇଁ ଦୁଇବର୍ଷ ଧରି ପୂଜା ବନ୍ଦ ରହିଥିବା କାରଣରୁ ଚଳିତବର୍ଷ ପୂଜାକୁ ଧୁମଧାମରେ ପାଳନ କରିବା ପାଇଁ ଗାଁ ଠାରୁ ସହର ଉତ୍ସବ ମୁଖର ହୋଇ ଉଠିଛି । ତେବେ ଦୁଇବର୍ଷ ଧରି ହାତ ବାନ୍ଧି ବସିଥିବା ମୂର୍ତ୍ତି କାରିଗର ଚଳିତ ବର୍ଷ ମୂର୍ତ୍ତି ପ୍ରସ୍ତୁତ କରି ଦୁଇ ପଇସା ରୋଜଗାର ଆଶାରେ ରହିଛନ୍ତି ।

ସେହିପରି ବିଭିନ୍ନ ରଙ୍ଗ, ସୁତୁଲି ଓ ଅନ୍ୟ ସାମଗ୍ରୀ ଗୁଡିକର ମୂଲ୍ୟ ବୃଦ୍ଧି ଚିନ୍ତା ବଢ଼ାଇଛି । ଗୋଟିଏ ୫ ଫୁଟର ମୂର୍ତ୍ତି ପାଇଁ ଅନ୍ୟୁନ ୧୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମୂର୍ତ୍ତିର ଦର ୧୨ ହଜାର କହିବାରୁ ଗ୍ରାହକ ଓ ପୂଜା କମିଟି ମୁହଁ ଫେରାଇ ନେବା ଶିଳ୍ପୀଙ୍କ ଦୁର୍ଦ୍ଦଶା ବଢ଼ାଇଛି । ଚଳିତବର୍ଷ କେନ୍ଦ୍ରାପଡ଼ା ସହରରେ ୨୫ରୁ ଉର୍ଦ୍ଧ୍ବ ମଣ୍ଡପରେ ଗଣପତିଙ୍କ ମୂର୍ତ୍ତି ପୂଜା ପାଇବେ । ବିଭିନ୍ନ ପୂଜା କମିଟି ମଧ୍ୟରେ ପୂଜା ପାଇଁ ପ୍ରତିଯୋଗିତା କରିବା ଦେଖିବାକୁ ମିଳିବ। ସହରରେ ୫ ଦିନ ଧରି ପୂଜା ଚାଲିବ । ସୋମବାର ଭଷାଣ ଉତ୍ସବରେ ଜିଲ୍ଲା ବାହାରର ସମସ୍ତ ମ୍ୟୁଜିକାଲ ଟିମ୍ ସେମାନଙ୍କ କଳା ପରିବେଷଣ କରିବେ ବୋଲି କହିଛନ୍ତି ସମନ୍ୱୟ କମିଟି ସଭାପତି ।
କେନ୍ଦ୍ରାପଡ଼ା, ଇଟିଭି ଭାରତ

ABOUT THE AUTHOR

...view details