ଓଡିଶା

odisha

ETV Bharat / state

ସରକାରୀ ଆନ୍ତରିକତାର ଅଭାବ, ଏବେ ବି ଅବହେଳିତ ଗାନ୍ଧୀ ସ୍ନାନଶିଳା - kenfrapada update news

କେନ୍ଦ୍ରାପଡାରେ ପାଳିତ ହେଲା ଜାତିର ଜନକ ପରମ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ଗାନ୍ଧୀ ସ୍ନାନଶିଳା ସ୍ମୃତିପୀଠ ବାବଦରେ ବିଧାୟକ ଦେଲେନି ସନ୍ତୋଷଜନକ ଉତ୍ତର । ଅଧିକ ପଢନ୍ତୁ...

ଗାନ୍ଧୀଜୀଙ୍କ ସ୍ମୃତି ପାଇଁ ନାହିଁ ସରକାରୀ ଆନ୍ତରିକତା, ଏବେ ବି ଅବହେଳିତ ଗାନ୍ଧୀ ସ୍ନାନଶିଳା
ଗାନ୍ଧୀଜୀଙ୍କ ସ୍ମୃତି ପାଇଁ ନାହିଁ ସରକାରୀ ଆନ୍ତରିକତା, ଏବେ ବି ଅବହେଳିତ ଗାନ୍ଧୀ ସ୍ନାନଶିଳା

By

Published : Oct 2, 2021, 10:06 PM IST

କେନ୍ଦ୍ରାପଡା:ଜାତିର ଜନକ ପରମ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ 152ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦ୍ରାପଡ଼ା ଗରାପୁରସ୍ଥିତ ଡାକବଙ୍ଗଳାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା ଗରାପୁର ଛକରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶତାଧିକ ଗାନ୍ଧିବାଦୀ, ସାହିତ୍ୟିକ, ସମାଜସେବୀ ଓ ଦଳୀୟ କର୍ମୀଙ୍କ ସହ ଗାନ୍ଧୀ ବିଚାରଧାରା ସମ୍ପର୍କରେ ଆଲୋଚନା କରିଥିଲେ । କିନ୍ତୁ ଜିଲ୍ଲାର ଇନ୍ଦୁପୁର ଧୂମାତ ଅଞ୍ଚଳରେ ଗତବର୍ଷ ଗାନ୍ଧୀଜୀଙ୍କ ସ୍ନାନଶିଳା ପୁନଃରୁଦ୍ଧାର ଓ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାପାଇଁ ଦେଇଥିବା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ସମ୍ପର୍କରେ ପ୍ରଶ୍ନ କରିବାରୁ ବିଧାୟକ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାବେଳେ କୋଭିଡ ସଂକ୍ରମଣ ପାଇଁ କାମ ବିଳମ୍ବ ହେଉଥିବା କହିଛନ୍ତି ବିଧାୟକ ଶିଶୀଭୂଷଣ ।

ଗାନ୍ଧୀଜୀଙ୍କ ସ୍ମୃତି ପାଇଁ ନାହିଁ ସରକାରୀ ଆନ୍ତରିକତା, ଏବେ ବି ଅବହେଳିତ ଗାନ୍ଧୀ ସ୍ନାନଶିଳା

ଶଶୀଭୁଷଣ କହିଛନ୍ତି, ମହାତ୍ମାଙ୍କ ଆଦର୍ଶରେ BJD ସରକାର ଚାଲୁଥିବାବେଳେ ଦଳର ମୁଖିଆ ସମସ୍ତ ବିଧାୟକ ଓ ଦଳୀୟ କର୍ମୀଙ୍କୁ ଗାନ୍ଧୀବାଦୀ ହେବା ସହ ସେବା ହିଁ ପରମ ଧର୍ମ ପଥରେ ଚାଲିବା ପାଇଁ ପରାମର୍ଶ ଦେଇଛନ୍ତି । ଏଥିସହ ୧୯୩୪ ମସିହା ହରିଜନ ପଦଯାତ୍ରା ସମୟରେ ଗାନ୍ଧିଜୀ ଏହି ଡାକବଙ୍ଗଳାରେ ଅବସ୍ଥାନ କରିଥିବାରୁ ଏହି ସ୍ଥାନରେ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରିବା ଏକ ସୌଭାଗ୍ୟ ବୋଲି ମତ ରଖିଛନ୍ତି ବିଧାୟକ।

ତେବେ ଜିଲ୍ଲାର ଇନ୍ଦୁପୁର ଧୂମାତ ଅଞ୍ଚଳରେ ଗତବର୍ଷ ଗାନ୍ଧିଜୀଙ୍କ ସ୍ନାନଶିଳା ପୁନଃରୁଦ୍ଧାର ଓ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାପାଇଁ ଦେଇଥିବା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲେ ସୁଦ୍ଧା ଏହା ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇନାହିଁ । ଯୋଜନା ସର୍ବସ୍ବ ଶାସନ ଚାଲୁଥିବାବେଳେ ଗାନ୍ଧୀଙ୍କୁ ପଚାରେ କିଏ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ।

ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟ ସମେତ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଓ ପଟ୍ଟାମୁଣ୍ଡାଇ ବ୍ଲକର ଆଂଶିକ ପଞ୍ଚାୟତ କାର୍ଯ୍ୟାଳୟରେ ସୌରଚାଳିତ ଲାଇଟ ଲଗାଇବା ପାଇଁ ସୂଚନା ଦେଇଛନ୍ତି ବିଧାୟକ । ବାତ୍ୟା,ବନ୍ୟା ସମୟରେ ଆଉ ବିଜୁଳିର ଆବଶ୍ୟକତା ନରହି ଏହି ସୌରଚାଳିତ ଲାଇଟରେ ସମସ୍ତ ଆବଶ୍ୟକତା ପୂରଣ ହେବ ବୋଲି ବିଧାୟକ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details