କେନ୍ଦ୍ରାପଡା: ଭିତରକନିକା ଜୈବ ବିବିଧତା ରକ୍ଷା ଏବଂ ହେନ୍ତାଳ ବଣର ସୁରକ୍ଷା ପାଇଁ ଗତ ୧୦ ତାରିଖରୁ ଭିତରକନିକା ଇକୋ ସେନସିଟିଭି ଜୋନ ସଦସ୍ୟ ଶ୍ରୀକାନ୍ତ ନାୟକ ଚଳାଇଥିବା ଅନଶନ ସ୍ଥାନରେ ପହଞ୍ଚିଛନ୍ତି ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ, ଗାନ୍ଧିବାଦୀ ନେତା ତଥା ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ସଭାପତି ପଦ୍ମଚରଣ ନାୟକ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶ୍ରୀକାନ୍ତ ଚଳାଇଥିବା ଅନଶନ ସ୍ଥାନରେ ପହଞ୍ଚି ଶ୍ରୀକାନ୍ତଙ୍କୁ ଅନଶନ ଭାଙ୍ଗିବା ପାଇଁ ବୁଝାସୁଝା କରିଥିଲେ । ଏଥିସହ ନିର୍ଦ୍ଦୟ ଓ ମାନବିକତା ବିହୀନ ଜିଲ୍ଲା ପ୍ରଶାସନ ପାଖରେ ଗୁହାରୀ କରିବା ଅପେକ୍ଷା ନ୍ୟାୟାଳୟର ଆଶ୍ରୟ ନେବା ପାଇଁ ପରାମର୍ଶ ଦେଇଥିଲେ ଓ ଅନଶନ ହେଉଛି ଶେଷ ରାସ୍ତା ଯାହା ଏବେ ଆବଶ୍ୟକତା ନାହିଁ ବୋଲି ପରାମର୍ଶ ଦେଇଛନ୍ତି ନାୟକ ।