କେନ୍ଦ୍ରାପଡ଼ା:ଜିଲ୍ଲା ଗରଦପୁର ବ୍ଲକରେତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରଚତୁର୍ଥ ପର୍ଯ୍ଯାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ସମସ୍ତ ୨୮୦ଟି ବୁଥରେ ମତଦାନ ବେଳେ କାଁଭାଁ ଉତ୍ତେଜନା ଦେଖା ଦେଇଥିଲା । ବଙ୍ଗାଳପୁର ପଞ୍ଚାୟତର ୧୫ ନମ୍ବର ନୂଆଶାସନ ବୁଥରେ ସରପଞ୍ଚ ପଦବୀ ପାଇଁ ଭୋଟିଂ ଭୋଟର ବାଲାଟ ପେପର ଭାଙ୍ଗିବାକୁ କେନ୍ଦ୍ର କରି ଉତ୍ତେଜନା ଦେଖାଯାଇଥିଲା ।
ସରପଞ୍ଚ ପ୍ରାର୍ଥୀଙ୍କ ଅଭିଯୋଗ ଅନୁଯାୟୀ, ସରପଞ୍ଚଙ୍କ ନିର୍ବାଚନ ଚିହ୍ନକୁ ପ୍ରିଜାଇଡିଂ ଅଫିସର ଜଣକ ଭୁଲ୍ ଭାବେ ଭାଙ୍ଗିଥିବାରୁ ସଂପୃକ୍ତ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନକୁ ଭୋଟରମାନେ ସଠିକ୍ ଭାବେ ଦେଖିପାରୁନଥିଲେ । ଏନେଇ ସମ୍ପୃକ୍ତ ସରପଞ୍ଚ ପ୍ରାର୍ଥୀ ଅଭିଯୋଗ ଆଣିବା ପରେ ଏହି ଘଟଣାକୁ ନିର୍ବାଚନ କମିଶନଙ୍କ ଦୃଷ୍ଟିକୁ ନିଆଯାଇଥିଲା । ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ସେହି ବୁଥରେ କେବଳ ସରପଞ୍ଚ ପଦବୀ ପାଇଁ ସାନି ମତଦାନ କରାଯିବ । ଏହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି ।