ଓଡିଶା

odisha

ETV Bharat / state

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ଼ ମାରି ୬ ପୋଲିସ ନିଲମ୍ବିତ - କେନ୍ଦ୍ରାପଡା ମାଡ

କେନ୍ଦ୍ରାପଡା ତିନିମୁହାଣି ଛକରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ପୋଲିସର ମାଡ ମରା ଘଟଣା । ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ଏସପି । ଅଧିକ ପଢନ୍ତୁ...

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ଼ ମାରି ୬ ପୋଲିସ ନିଲମ୍ବିତ
ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ଼ ମାରି ୬ ପୋଲିସ ନିଲମ୍ବିତ

By

Published : Sep 9, 2021, 7:43 PM IST

କେନ୍ଦ୍ରାପଡା:ଜିଲ୍ଲା ତିନିମୁହାଣି ଛକରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ ଘଟଣା । ହେଲମେଟ୍ ଯାଞ୍ଚକୁ ନେଇ ତାଙ୍କୁ ମାଡ ମାରିଥିଲେ କିଛି ପୋଲିସ କର୍ମଚାରୀ । ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତଙ୍କ ମଧ୍ୟରେ ଦୁଇ ଜଣ ମହିଳା କନେଷ୍ଟବଳ ଥିବା ଜଣାପଡିଛି ।

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ଼ ମାରି ୬ ପୋଲିସ ନିଲମ୍ବିତ

ସର୍ବସାଧାରଣ ସ୍ଥାନରେ ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ଅଭିଯୋଗରେ କେନ୍ଦ୍ରାପଡା ଏସପି ଏମ. ସମ୍ବିତ ସମ୍ପଦ ଏହି ୬ ଜଣଙ୍କୁ ନିଲମ୍ବିତ କରିଛନ୍ତି । ବୁଧବାର ସନ୍ଧ୍ୟାରେ ତିନିମୁହାଣି ଛକରେ ଟାଉନ ଥାନା ପୋଲିସ ହେଲମେଟ ଯାଞ୍ଚ କରୁଥିଲା । ଯାଞ୍ଚକୁ କେନ୍ଦ୍ରକରି ପୋଲିସ ଅବସରପ୍ରାପ୍ତ ସେନା କର୍ମଚାରୀ ମନୋରଞ୍ଜନ ରାଉତଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।

ତେବେ ପୋଲିସ କର୍ମଚାରୀ ନିଲମ୍ବନ ଘଟଣାରେ କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ଏସପି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details