କେନ୍ଦ୍ରାପଡା: ଦିନକୁ ଦିନ ଜଙ୍ଗଲୀ ବାରହା ମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଦିଘି ଏବଂ ମଧୁପୁର ଗାଁରେ ବୁଧବାର ସକାଳୁ ଏକ ବାରହା ଆକ୍ରମଣରେ ଆହତ ହୋଇଛନ୍ତି ଗ୍ରାମବାସୀ । ଏହି ଆକ୍ରମଣରେ ଜଣେ ମହିଳା ସମେତ ୪ଜଣ ପୁରୁଷ ଆହତ ହୋଇଥିବା ନେଇ ସୂଚନା ମିଳିଛି ।
ବୁଧବାର ସକାଳୁ ଗାଁର ଲୋକେ ନିଜର ନିତ୍ୟକର୍ମ କରୁଥିବା ବେଳେ ବାରହାଟି ହଠାତ ଜନବସତି ଆଡକୁ ପଶି ଆସି ଗାଁରେ ଆତଙ୍କ ସୃଷ୍ଟି କରିଥିଲା । ବାରହା ଆକ୍ରମଣ ଫଳରେ ମଧୁପୁର ଗାଁର ପଞ୍ଚାନନ ନାୟକ,ଲକ୍ଷ୍ମୀଧର ବେହେରା,ବନମାଳି ବେହେରା ଏବଂ ଦିଘି ଗ୍ରାମର ଅଜୟ କୁମାର ଦାସ ଓ ପୂର୍ଣ୍ଣିମା ଦାସ ଆହତ ହୋଇ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।