ଓଡିଶା

odisha

ETV Bharat / state

ଭିତରକନିକା ବୁଲିଲେ ସୁପ୍ରିମକୋର୍ଟର ପୂର୍ବତନ CJI ଏସ୍ଏ‌ ବୋବଡେ - ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏସଏ ବୋବଡେ

ଡଙ୍ଗାରେ ଭିତରକନିକା ବୁଲିଲେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏସଏ ବୋବଡେ । ଅଧିକ ପଢନ୍ତୁ

Sharad Arvind Bobde visited bhitarkanika
ଭିତରକନିକା ବୁଲିଲେ ଜଷ୍ଟିସ ଏସଏ ବୋବଡେ

By

Published : Jan 29, 2023, 7:30 AM IST

କେନ୍ଦ୍ରାପଡା:ଭିତରକନିକା ଜାତୀୟ ଉଦ୍ୟାନ ବୁଲିଲେ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ସରଦ ଅରବିନ୍ଦ ବୋବଡେ । ଡଙ୍ଗାରେ ବୁଲିବୁଲି ପ୍ରକୃତିର ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଛନ୍ତି ବୋବଡେ । ଗତକାଲି (ଶନିବାର)ପୂର୍ବାହ୍ନ ସମୟରେ ରାଜନଗର ଡାଙ୍ଗମାଳରେ ପହଞ୍ଚିବା ପରେ ସେଠାରୁ ଦୁଇଟି ସରକାରୀ ଡଙ୍ଗାରେ ଭିତରକନିକା ବୁଲିବା ପାଇଁ ବାହାରିଥିଲେ ।

Sharad Arvind Bobde visited bhitarkanika

ପ୍ରଥମେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ପୁରାତନ ମନ୍ଦିରଗୁଡିକୁ ଚାଲିଚାଲି ଯାଇ ଦର୍ଶନ କରିବା ପରେ ଶିକାର କୋଠିକୁ ଯାଇ ରାଜା ରାଜୁଡ଼ା ଅମଳର ଶିକାର ପ୍ରଣାଳୀ ସମ୍ପର୍କରେ ଅବଗତ ହୋଇଥିଲେ । ପରେ ମହିଷାମଡା ଭିତରକୁ ଯାଇ ବିଭିନ୍ନ କୁମ୍ଭୀରଙ୍କ ରକ୍ଷଣାବେକ୍ଷଣ ବିଷୟରେ ବୁଝିବା ସହ ସେମାନଙ୍କ ଜୀବନଶୈଳୀ ଦେଖିଥିଲେ । ଏହାପରେ ବିଦେଶୀ ପକ୍ଷୀଙ୍କ କଳରବରେ ବିମୋହିତ ହୋଇ ଭାରତ ବର୍ଷରେ ଏଭଳି ସ୍ଥାନ ବିରଳ ବୋଲି ପ୍ରକାଶ କରିଥିଲେ ।

Sharad Arvind Bobde visited bhitarkanika

ଏଥିସହ ସାମୁଦ୍ରିକ ଲୁଣା ଜଙ୍ଗଲ କିପରି ପ୍ରାକୃତିକ ଦୁର୍ବିପାକ ସମୟରେ ଉପକୂଳ ଅଞ୍ଚଳର ସୁରକ୍ଷା କବଚ ସାଜିଛି ସେ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିଥିଲେ । ନୂତନ ଲୁଣା ଜଙ୍ଗଲ(ହେନ୍ତାଳ ଜଙ୍ଗଲ) ସୃଷ୍ଟି ଉପରେ ଅଧିକ ପଦକ୍ଷେପ ଜରୁରୀ ବୋଲି ଉପସ୍ଥିତ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କୁ ଜଣାଇଥିଲେ । ପରେ ଭିତରକନିକା ମଧ୍ୟରେ ଥିବା ବୋଟ ଲାଇବ୍ରେରୀରେ ରଖାଯାଇଥିବା ବିଭିନ୍ନ ପ୍ରକାର ଔଷଧୀୟ ଓ ଗୁଳ୍ମ ଜାତୀୟ ଉଦ୍ଭିଦ ସମ୍ପର୍କରେ ଦେଖିବା ସହ ଏଠାରେ ଫଟୋ ଉଠାଇଥିଲେ ।

Sharad Arvind Bobde visited bhitarkanika

ବିଶେଷକରି ଧଳା ବଉଳା କୁମ୍ଭୀର "ଗୋରୀ" ଓ "ମଲ୍ଲୀ"ର ଜୀବନଚର୍ଯ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଫେରିଥିଲେ ପୂର୍ବତନ ମୁଖ୍ୟ ବିଚାରପତି । ଏହି ଗସ୍ତ ସମୟରେ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତିଙ୍କ ସହ ଓଡିଶା ଲୋକାୟୁକ୍ତଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଅଜିତ ସିଂହ, ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଦକର, ରାଜନଗର ତହସିଲଦାର ଓ ରାଜନଗର ବନଖଣ୍ଡ ଅଧିକାରୀ ଉପସ୍ଥିତ ଥିଲେ । ସନ୍ଧ୍ୟାରେ ସରହଦ ଅରବିନ୍ଦ ବୋବଡେ ଓ ଅନ୍ୟ ସାଥି ମାନେ ଭୁବନେଶ୍ୱର ଫେରିଥିଲେ। ଏନେଇ ସୂଚନା ଦେଇଛନ୍ତି ରାଜନଗର ବନବିଭାଗ କର୍ମଚାରୀ ସୁନୀଲ ରାଉତରାୟ। ଅବସରପ୍ରାପ୍ତ ଜଷ୍ଟିସ ବୋବଡେ ଅଯୋଧ୍ଯା ରାମ ମନ୍ଦିର ନିର୍ମାଣ ପାଇଁ ରାୟ ଶୁଣାଇ ଚର୍ଚ୍ଚାରେ ଥିଲେ।

Sharad Arvind Bobde visited bhitarkanika

2021 ଏପ୍ରିଲ ମାସରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ପଦରୁ ଅବସର ନେଇଥିଲେ ଏସଏ ବୋବଡେ । ବିଚାରପତି ଭାବେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସେ ସନ୍ତୁଷ୍ଟ ଥିବା କହିଥିଲେ । ବୋବଡେ ନିଜ କାର୍ଯ୍ୟକାଳ ମଧ୍ୟରେ ଅନେକ ଐତିହାସିକ ରାୟ ଶୁଣାଇଥିଲେ । 2019 ମସିହା ନଭେମ୍ବରରେ ସେ ସୁପ୍ରିମକୋର୍ଟର 47ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।

Sharad Arvind Bobde visited bhitarkanika

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details