ଓଡିଶା

odisha

ETV Bharat / state

ଗହୀରମଥାରେ ଛଡ଼ାଗଲା ୩୬ଟି ଛୁଆ କୁମ୍ଭୀର - ଗହୀରମଥାରେ ଛଡ଼ାଗଲା କୁମ୍ଭୀର

ଭିତରକନିକା ହ୍ୟାଚେରୀରୁ କୃତ୍ରିମ ଉପାୟରେ ବାହାରିଥିବା ୩୬ଟି କୁମ୍ଭୀରଙ୍କୁ ଗହୀରମଥାରେ ଛଡ଼ାଯାଇଛି । ଅଧିକ ପଢନ୍ତୁ

ଗହୀରମଥାରେ ଛଡ଼ାଗଲା ୩୬ଟି କୁମ୍ଭୀର
ଗହୀରମଥାରେ ଛଡ଼ାଗଲା ୩୬ଟି କୁମ୍ଭୀର

By

Published : Sep 1, 2022, 3:16 PM IST

କେନ୍ଦ୍ରାପଡ଼ା: ବିଶ୍ଵପ୍ରସିଦ୍ଧ ଭିତରକନିକା ହ୍ୟାଚେରୀରେ ଏଥର କୃତ୍ରିମ ଉପାୟରେ ସମୁଦାୟ ୩୬ଟି ତିନିବର୍ଷରୁ ଉର୍ଦ୍ଧ୍ବ କୁମ୍ଭୀର ଛୁଆ ପ୍ରଜନନ କରାଯାଇ ଛଡାଯାଇଛି । ସେଥିରୁ ୨୪ଟି ଫିମେଲ କୁମ୍ଭୀର ଓ ୧୨ଟି ମେଲ୍‌ କୁମ୍ଭୀରକୁ ଗହିରମଥା କଣ୍ଡରାପାଟିଆ ନଦୀରେ ଛଡାଯାଇଥିବା ସୂଚନା ମିଳିଛି । ଛଡା ଯାଇଥିବା କୁମ୍ଭୀର ଅଣ୍ଡାଗୁଡିକୁ ଦୀର୍ଘ ତିନି ବର୍ଷ ତଳେ କୁମ୍ଭୀର ବସାରୁ ଅଣାଯାଇ ସେମାନଙ୍କୁ କୃତ୍ରିମ ପଦ୍ଧତିରେ ପାଳନ କରାଯାଏ । ଛୁଆଗୁଡିକୁ ପ୍ରଥମେ ବାହାର ଦୁନିଆ ସହିତ ଖାପଖୁଆଇ ଚଳିବା ପର୍ଯ୍ୟନ୍ତ ସେମାନଙ୍କୁ କ୍ରୋକୋଡାଇଲ ହ୍ୟାଚେରୀ ଆଣ୍ଡ ରିଏରିଂ କମ୍ପ୍ଲେକ୍ସରେ ପାଳନ କରାଯାଇଥାଏ । ଚଳିତ ଥର ୩ବର୍ଷରୁ ଊର୍ଦ୍ଧ୍ବ ଅର୍ଥାତ ୪ ଫୁଟ ଲମ୍ବର କୁମ୍ଭୀର ଛୁଆଙ୍କୁ ବନବିଭାଗର ୪ଜଣିଆ ଟିମ ଗହିରମଥା ନଦୀରେ ଛାଡିଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ- ଭିତରକନିକାରେ ଅଣ୍ଡାରୁ ଛୁଆ ବାହାରିବା ପ୍ରକ୍ରିୟା ଆରମ୍ଭ

ଚଳିତବର୍ଷ ଭିତରକନିକାର ବିଭିନ୍ନ ନଦୀନାଳରେ ୧୭୮୪ଟି କୁମ୍ଭୀର ଗଣନା କରାଯାଇଥିବାବେଳେ, ଏହି ୩୬ଟି କୃତ୍ରିମ ଉପାୟରେ ବାହାରିଥିବା କୁମ୍ଭୀର ଭିତରକନିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି କରାଇଛି । ଅପରପକ୍ଷରେ ଚଳିତବର୍ଷ ଭିତରକନିକାରେ ଅଣ୍ଡା ଦେଇଥିବା କୁମ୍ଭୀର ମାନଙ୍କର ୫୮ଟି ଅଣ୍ଡା ଆଣି କୃତ୍ରିମ ଉପାୟରେ ଛୁଆ ବାହାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ବନବିଭାଗ । କୁମ୍ଭୀର ପ୍ରଜନନ ପାଇଁ ଗତ ମେ ୧ରୁ ଜୁଲାଇ ୩୧ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ବନ୍ଦ ରହିଥିବାବେଳେ ଏବେ କୁମ୍ଭୀର ମାନଙ୍କର ଅଣ୍ଡାଦାନ ସ୍ଥଳକୁ ଚିହ୍ନଟ କରି ସେଠାରେ ଥିବା ଅଣ୍ଡାରୁ ଛୁଆ ଫୁଟିଥିବା ଦେଖିବାକୁ ପାଇଛି ବନବିଭାଗ ।

ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ କୁମ୍ଭୀରମାନେ ୨୦ରୁ ଊର୍ଦ୍ଧ୍ବ ଅଣ୍ଡାଦାନ କରିଥିବାବେଳେ, ଏବେ ସେଗୁଡିକରୁ ହ୍ୟାଚେରୀ କୁମ୍ଭୀର ବାହାରିବା ବନବିଭାଗ କର୍ମଚାରୀ ମାନଙ୍କ ପାଇଁ ଖୁସି ଆଣିଦେଇଛି । ଚଳିତ ବର୍ଷ ତୁଳନାରେ ଆସନ୍ତା ବର୍ଷ ଗଣନାବେଳେ ଜାତୀୟ ଉଦ୍ୟାନ ମଧ୍ୟରେ କୁମ୍ଭୀର ସଂଖ୍ୟା ଯଥେଷ୍ଟ ବୃଦ୍ଧି ହେବ ବୋଲି ଆଶା ରଖିଛି ବନବିଭାଗ । ପ୍ରତିବର୍ଷ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ କୁମ୍ଭୀର ପ୍ରଜନନ ଲାଗି ଉଦ୍ୟାନକୁ ବନ୍ଦ ରଖାଯାଏ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details