ଓଡିଶା

odisha

ETV Bharat / state

ଲୋକଙ୍କ ନିଦ ଉଡାଇଛି କୁମ୍ଭୀର ! ପୋଖରୀରୁ ମଣିଷଖିଆକୁ ଧରିଲା ବନବିଭାଗ - ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ଅଧିନ ରଂଗଣୀ ପଞ୍ଚାୟତରେ ଥିବା ଏକ ପୋଖରୀରୁ କୁମ୍ଭୀରକୁ ଉଦ୍ଧାର କଲା ବନ ବିଭାଗ । କୁମ୍ଭୀରକୁ ଜାତୀୟ ଉଦ୍ୟାନରେ ଥିବା ଶ୍ୟାମସୁଦ୍ଦିନ ନାଳରେ ଛାଡି ଦିଆଯାଇଥିବା ସୂଚନା । ଅଧିକ ପଢନ୍ତୁ

crocodile in kendrapara
crocodile in kendrapara

By

Published : Jul 31, 2023, 10:21 AM IST

crocodile in kendrapara

କେନ୍ଦ୍ରାପଡା:ପୋଖରୀରୁ ଉଦ୍ଧାର ହେଲା ଆଉ ଏକ ମଣିଷଖିଆ କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ତାଳଚୁଆ ସାମୁଦ୍ରିକ ଥାନା ଅଧିନ ରଙ୍ଗଣୀ ପଞ୍ଚାୟତର ଭେକ୍ଟ ଗାଁରେ ଥିବା ଏକ ପୋଖରୀରୁ କୁମ୍ଭୀରକୁ ଧରିଲା ବନ ବିଭାଗ । କୁମ୍ଭୀରକୁ କାବୁ କରି ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ଶ୍ୟାମସୁଦ୍ଦିନ ନାଳରେ ଛାଡି ଦିଆଯାଇଛି ।

ସୂଚନା ଅନୁଯାୟୀ, ଭେକ୍ଟ ଗାଁର ଭାନୁ ଗିରି କୌଣସି କାମରେ ନିଜ ବାଡ଼ି ପଟକୁ ଯାଇଥିବା ବେଳେ ପୋଖରୀ କୂଳକୁ ଯାଇଥିଲେ । ସେଠାରେ କୁମ୍ଭୀରଟିକୁ ଦେଖି ଭୟଭୀତ ହୋଇ ସ୍ଥାନୀୟ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ରେଞ୍ଜ ଅଫିସର ମାନସ ଦାସଙ୍କ ନେତୃତ୍ୱରେ ଏକ ଟିମ ଭେକଟା ଗାଁର ଭାନୁଙ୍କ ଘରେ ପହଞ୍ଚିଥିଲେ । ତେବେ ସେଠାରେ ବନ ବିଭାଗ ଟିମ ସହ ସ୍ଥାନୀୟ ଲୋକଙ୍କ ସହଯୋଗରେ ପୋଖରୀରୁ କୁମ୍ଭୀରଟିକୁ ଉଦ୍ଧାର କରାଯାଇଥିଲା । ୬ ଫୁଟ ଲମ୍ବର କୁମ୍ଭୀରକୁ ବନ ବିଭାଗ ଧରିବା ପରେ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି ।

ପ୍ରକାଶ ଥାଉକି, ଗତ ୧୯ ତାରିଖରେ ରାଜନଗର ଚରଡ଼ିଆ ନାଳ ମଧ୍ୟରୁ ଏକ କୁମ୍ଭୀରକୁ ଉଦ୍ଧାର କରିଥିଲା ବନବିଭାଗ । କୁମ୍ଭୀରକୁ କାବୁ କରି ଜାତୀୟ ଉଦ୍ୟାନ ଭିତରେ ଥିବା ବାଉଁଶଗଡ ନଦୀରେ ଛାଡ଼ି ଦିଆଯାଇଲା । ତେବେ ଗତ ୨୮ ତାରିଖରେ ପଟ୍ଟାମୁଣ୍ଡାଇ ବ୍ଳକ ପେଣ୍ଠପାଳ ପଞ୍ଚାୟତ କୂଳସାହିରେ ଥିବା ବ୍ରାହ୍ମଣୀ ନଦୀ ତୁଠକୁ ଗୁରୁବାର ରାତିରେ ସ୍ଥାନୀୟ ଅଞ୍ଚଳର ଅମୂଲ୍ୟ ଦାସ ନାମକ ଜଣେ ବାବା ଶୌଚ ହେବାକୁ ଯାଇଥିଲେ । ସାଥିରେ ଲୁଗାପଟା ସଫା କରିବା ପାଇଁ ମଧ୍ୟ ନେଇଥିଲେ । ତେବେ ସେ ନଦୀ ତୁଠରେ ଶୌଚ ହେବା ସମୟରେ ପାଣି ଭିତରେ ଲୁଚି ରହିଥିବା ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି ନେଇଥିଲା ।

ଏହା ମଧ୍ୟ ପଢନ୍ତୁ - ବ୍ରାହ୍ମଣୀ ନଦୀରୁ ଟିକିଲି ବାବାଙ୍କୁ ଟାଣି ନେଲା କୁମ୍ଭୀର, ମିଳୁନି ପତ୍ତା

ଏହା ମଧ୍ୟ ପଢନ୍ତୁ - Crocodile Attack: ଗଞ୍ଜାମରେ ମାତିଛି କୁମ୍ଭୀର, ଗାଧୋଇବା ବେଳେ ଯୁବକଙ୍କୁ କଲା ଆକ୍ରମଣ

ସେହିପରି ଗତ ଜୁନ 29 ତାରିଖରେ ଶୌଚ ହେବାକୁ ଯାଇ କୁମ୍ଭୀର ମୁହଁରେ ପଡିଥିଲେ ବୃଦ୍ଧ । ବ୍ରାହ୍ମଣୀ ନଦୀରେ ଶୌଚ ହେଉଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଇଥିଲା କୁମ୍ଭୀର । ଗତ 22 ତାରିଖରେ ମଧ୍ୟ ରାଜନଗର ହାତିଆଗଡ଼ି ଗାଁର ଜଣେ ମହିଳାଙ୍କୁ ଟାଣି ନେଇଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details