କେନ୍ଦ୍ରାପଡା: ବନ୍ୟା ପାଇଁ ଆକ୍ତାମାକ୍ତା ନଦୀକୂଳିଆ ବାସିନ୍ଦା । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଘନଘନ ସମୀକ୍ଷା ବୈଠକ ସହିତ ବିଭାଗୀୟ ଅଧିକାରୀଙ୍କୁ "ଜିରୋ କାଜୁଆଲିଟି" ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସମବାୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଧନଜୀବନ କିଭଳି ସୁରକ୍ଷିତ ଉଦ୍ଧାର କରାଯାଇ ପାରିବ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ମନ୍ତ୍ରୀ । ଆଜି ଦିନତମାମ ଜିଲ୍ଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ବିଭିନ୍ନ ନଦୀକୂଳ ପରିଦର୍ଶନ ସହ ଘାଇ ହେବା ସମ୍ଭାବନା ଥିବା ସ୍ଥାନରେ ପହଞ୍ଚି ଜଳସେଚନ ବିଭାଗର ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ ।
ବନ୍ୟା ବିତ୍ପାତ: ସମବାୟ ମନ୍ତ୍ରୀଙ୍କ କେନ୍ଦ୍ରାପଡା ବନ୍ୟାଞ୍ଚଳ ପରିଦର୍ଶନ, ଜିରୋ କାଜୁଆଲିଟିକୁ ଗୁରୁତ୍ୱ - ଜିରୋ କାଜୁଆଲିଟିକୁ ଗୁରୁତ୍ୱ
ବନ୍ୟା ପରିସ୍ଥିତିରେ ଜିରୋ କ୍ୟାଜୁଆଲଟି ପାଇଁ ଗରଦପୁର, ଜଳସେଚନ ବିଭାଗର ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅଧିକ ପଢନ୍ତୁ
ବନ୍ୟା ବିତ୍ପାତ: ସମବାୟ ମନ୍ତ୍ରୀଙ୍କ କେନ୍ଦ୍ରାପଡା ବନ୍ୟାଞ୍ଚଳ ପରିଦର୍ଶନ, ଜିରୋ କାଜୁଆଲିଟିକୁ ଗୁରୁତ୍ୱ
ଏହା ସହିତ ଶ୍ରୀ ନାୟକ ଲୁଣା, କରାଣ୍ଡିଆ,ଚିତ୍ରୋତ୍ପଳା, ପାଇକା ଓ ମହାନଦୀ ଭଳି ନଦୀରେ ଆସିଥିବା ବନ୍ୟା ଦାଉରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ, ଗୃହପାଳିତ ପଶୁପକ୍ଷୀ ମାନଙ୍କ ପାଇଁ ଉଚ୍ଚ ସ୍ଥାନ ଆଦି କ୍ଷେତ୍ରରେ ସାଧାରଣ ଲୋକଙ୍କୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଜିଲ୍ଲାକୁ ବନ୍ୟା ଜନିତ ଉଦ୍ଧାର କାର୍ଯ୍ୟ, ରିଲିଫ ବଣ୍ଟନ ପାଇଁ ଆସିଥିବା NDRF,ODRAF ଟିମ ସହ ଅଗ୍ନିଶମ ବାହିନୀର ସମସ୍ତ କର୍ମଚାରୀ ମାନଙ୍କୁ ଆଲର୍ଟ ରହିବା ପାଇଁ କହିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା