କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଟାଉନ ପୋଲିସ ପଞ୍ଝାରେ ଧଳାଜହର ବ୍ୟବସାୟ କରୁଥିଲେ ୫ ଯୁବକ । ମଙ୍ଗଳବାର ଅପରାହ୍ନରେ ଗୋପ ଟିଭି ସେଣ୍ଟର ଠାରେ ଚାଲିଥିଲା ବ୍ରାଉନସୁଗାର ବ୍ୟବସାୟ । ଏନେଇ କେନ୍ଦ୍ରାପଡ଼ା ପୋଲିସ କୌଣସି ସୂତ୍ରରୁ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଥିଲା ।
ସେଠାରେ ଚଢ଼ାଉ କରୁଥିବା ସମୟରେ କେନ୍ଦ୍ରାପଡା ଫକିରାବାଦ ଅଞ୍ଚଳର ସେକ ରାହିଲ, ମହିପାଳ ଅଞ୍ଚଳର ମୀର ନିଜାମୁଦ୍ଦିନ, କପାଳେଶ୍ୱର ଅଞ୍ଚଳର ଲକ୍ଷ୍ମୀଧର ନାୟକ, ଅଙ୍ଗୁଳାଇ ଅଞ୍ଚଳର ନାରାୟଣ ପାତ୍ର ଓ ମାହାଙ୍ଗା ଅଞ୍ଚଳର ସୁମିତ ସିହ୍ନାକୁ କାବୁ କରିଛି । ସମସ୍ତ ବ୍ୟବସାୟୀଙ୍କୁ ଆଣି ଥାନାରେ ଅଟକ ରଖିଛି ପୋଲିସ ।