ଓଡିଶା

odisha

ETV Bharat / state

ଗହୀରମଥାରୁ ୧୧ ମାଛ ମାଫିଆଙ୍କୁ ବାନ୍ଧିଲା ବନବିଭାଗ - କେନ୍ଦ୍ରାପଡା ଖବର

ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାରେ ବେଆଇନ ଭାବେ ମାଛମରା ଚାଲିଛି । ଏନେଇ ବନବିଭାଗ ୧୧ ଜଣ ମାଫିଆଙ୍କୁ ଗିରଫ କରିଛି ।

ଗହୀରମଥାରୁ ୧୧ ମାଛ ମାଫିଆଙ୍କୁ ବାନ୍ଧିଲା ବନବିଭାଗ
ଗହୀରମଥାରୁ ୧୧ ମାଛ ମାଫିଆଙ୍କୁ ବାନ୍ଧିଲା ବନବିଭାଗ

By

Published : Jan 12, 2022, 6:51 PM IST

କେନ୍ଦ୍ରାପଡା:ଗହୀରମଥାରେ ବେଆଇନ ଭାବେ ଚାଲିଛି ମାଛମରା । ଏନେଇ ବନବିଭାଗ ୧୧ ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ, ଗହୀରମଥାରେ ଏବେ କଇଁଛଙ୍କ ଆଗମନ ଓ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ବନ୍ଦ ରହିଛି । ହେଲେ କଟକଣା ନ ମାନି ଗହୀରମଥାକୁ ମାଛ ଧରିବା ପାଇଁ କିଛି ମତ୍ସ୍ୟଜୀବୀ ଯାଉଛନ୍ତି । ଗତ ୩ ମାସ ମଧ୍ୟରେ ଶହେରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ଗିରଫ ହୋଇ ସାରିଲେଣି।

ଗହୀରମଥାରୁ ୧୧ ମାଛ ମାଫିଆଙ୍କୁ ବାନ୍ଧିଲା ବନବିଭାଗ

ମଙ୍ଗଳବାର ବିଳମ୍ବିତ ରାତିରେ ଗହୀରମଥାର ନିଷେଦ୍ଧାଞ୍ଚଳରେ ଦୁଇଟି ଡଙ୍ଗାରେ ମହାକାଳପଡ଼ା ଖରିନାସୀ ଅଞ୍ଚଳର ୧୧ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଉଦ୍ୟମ କରୁଥିଲେ । ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ସମୟରେ ରେଞ୍ଜ ଅଫିସର ଦେବାଶିଷ ଭୋଇଙ୍କ ନେତୃତ୍ୱରେ ଗହୀରମଥାରେ ଚଢାଉ କରାଯାଇଥିଲା । ବନବିଭାଗର ଟିମ ସମସ୍ତ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ଦୁଇଟି ଡଙ୍ଗା ଓ ଜାଲ ଜବତ କରାଯାଇଛି । ମଙ୍ଗଳବାର ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ୧୧ ଜଣ ମାଛ ମାଫିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details