ଓଡିଶା

odisha

ETV Bharat / state

ମିଶନଶକ୍ତି ଦ୍ୱାରା ଜିଲ୍ଲାରେ ପ୍ରଥମ ସର୍ବତ ବିକ୍ରି ସେଣ୍ଟର ଉଦଘାଟିତ - first jalachatra

ଖରାର ପ୍ରକୋପ ବଢିବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ମିଶିନ ଶକ୍ତି ମହିଳାଙ୍କ ଦ୍ବାରା କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ସର୍ବତ କେନ୍ଦ୍ରର ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସରବତ ବିକ୍ରି ସେଣ୍ଟର
ସରବତ ବିକ୍ରି ସେଣ୍ଟର

By

Published : Mar 24, 2021, 9:35 AM IST

କେନ୍ଦ୍ରପଡା: ବଢିଲାଣି ତାତି । ଅସହ୍ୟ ଖରାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ଜିଲ୍ଲାରେ ମିଶନ ଶକ୍ତି ମହିଳାଙ୍କ ଦ୍ବାରା ପ୍ରଥମ ସର୍ବତ କେନ୍ଦ୍ର ଉଦଘାଟନ କରାଯାଇଛି । ଜଳଛତ୍ରରେ ଲେମ୍ବୁ ଓ ଦହି ସର୍ବତ ଉପଲବ୍ଧ ହେଉଛି ।

ଜିଲ୍ଲାରେ ପ୍ରଥମ ସରବତ ବିକ୍ରି ସେଣ୍ଟର

ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ଆର୍ଥିକ କ୍ଷେତ୍ରରେ ସବଳ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ଏହା ଦ୍ବାରା ମହିଳାମାନେ ଦୁଇ ପଇସା ରୋଜଗାର କରିବା ସହିତ ଖରାରେ ବାଟେଇମାନେ ପିଇବାକୁ ପାଣି ପାଇ ପାରିବେ । ପ୍ରଥମ ପ୍ରର୍ଯ୍ୟାୟରେ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ପକ୍ଷରୁ ଏକ ଦହି ସର୍ବତ ସେଣ୍ଟର ଜମ୍ବୁ - ମାର୍ଶାଘାଇ କେନାଲ ରାସ୍ତା ତୁଳସୀପୁର ନିକଟରେ ଉଦଘାଟିତ ହୋଇଛି ।

ଏହାକୁ ମାର୍ଶାଘାଇ ବିଡିଓ ଶ୍ରୀଧର ବିଶ୍ବାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ପାନୀୟ କେନ୍ଦ୍ର ହେବା ଫଳରେ ପ୍ରତ୍ୟେକ ଦିନ ରାସ୍ତାରେ ଯିବା ଆସିବା କରୁଥିବା ଶହ ଶହ ଲୋକମାନେ ଉପକୃତ ହେବା ସହିତ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ବିଡିଓ ଶ୍ରୀଧର ବିଶ୍ବାଳ ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details