ଓଡିଶା

odisha

ETV Bharat / state

ସଟସର୍କିଟ ହେଲା କାଳ: ଜଳିଗଲା ଘର, 4 ପରିବାର ସର୍ବସ୍ବାନ୍ତ

ମହାକାଳପଡା ବ୍ଲକ ରାଜଗଡ଼ ପଞ୍ଚାୟତ ଗୟାସପୁର ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ 4ଟି ପରିବାର ୯ ବଖରା ନଡାଛପର ଘର ସମ୍ପୃର୍ଣ୍ଣ ପୋଡିଯାଇଛି । ଅଧିକ ପଢନ୍ତୁ...

By

Published : Feb 24, 2021, 12:19 PM IST

ବିଦ୍ୟୁତ ସର୍ଟସର୍କିଟ ହେଲା କାଳ: ଜଳିଗଲା ଘର
ବିଦ୍ୟୁତ ସର୍ଟସର୍କିଟ ହେଲା କାଳ: ଜଳିଗଲା ଘର

କେନ୍ଦ୍ରାପଡା: ମହାକାଳପଡା ବ୍ଲକ ରାଜଗଡ଼ ପଞ୍ଚାୟତ ଗୟାସପୁର ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ 4ଟି ପରିବାର ୯ ବଖରା ନଡାଛପର ଘର ସମ୍ପୂର୍ଣ୍ଣ ପୋଡିଯାଇଛି । ଏହାସହ ଗୋଟିଏ ଗାଈ ଓ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି। ବିଳମ୍ବିତ ରାତିରେ ବିଦ୍ୟୁତ ଖୁଣ୍ଟରୁ ଘରକୁ ଆସିଥିବା ସର୍ଭିସ ତାରରେ ସଟ୍ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଅଗ୍ନି ବିପନ୍ନ ପରିବାର ସଦସ୍ୟ କହିଛନ୍ତି।

ବିଦ୍ୟୁତ ସର୍ଟସର୍କିଟ ହେଲା କାଳ: ଜଳିଗଲା ଘର

ଅଗ୍ନିକାଣ୍ଡରେ ବର୍ଷକ ପାଇଁ ଗଚ୍ଛିତ ରଖିଥିବା ଖାଦ୍ୟଶସ୍ୟ ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଜମିବାଡି କାଗଜ ପତ୍ର ସହିତ ବ୍ୟାଙ୍କ ଜମାଖାତା, ଆଧାର କାର୍ଡ ଓ ଫଟୋ ପରିଚୟ ପତ୍ର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । କେନ୍ଦ୍ରାପଡା, ମାର୍ଶାଘାଈ ଏବଂ ମହାକାଳପଡାରୁ ଗୋଟିଏ ଲେଖାଏଁ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details