ଓଡିଶା

odisha

ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିଆଁ, ଜଳିଗଲା ଦୁଇ ପୁରୁଣା ଆମ୍ବୁଲାନ୍ସ - ହୁ ହୁ ହୋଇ ଜଳି ଉଠିଲା ହସ୍ପିଟାଲ

ହୁ ହୁ ହୋଇ ଜଳି ଉଠିଲା କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର । କିଛି କ୍ଷଣିକ ଭିତରେ ନିଆଁର ପ୍ରକୋପ ବଢ଼ି ଜଳିଗଲା ହସ୍ପିଟାଲ । ଅଧିକ ପଢ଼ନ୍ତୁ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିଆଁ, ଜଳିଗଲା ଦୁଇ ପୁରୁଣା ଆମ୍ବୁଲାନସ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିଆଁ, ଜଳିଗଲା ଦୁଇ ପୁରୁଣା ଆମ୍ବୁଲାନସ

By

Published : May 18, 2022, 6:13 PM IST

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିଆଁ । ଜଳିଗଲା ଦୁଇଟି ପୁରୁଣା ଆମ୍ବୁଲାନ୍ସ । ସିଡିଏମଓଙ୍କ କ୍ୱାର୍ଟର ପଛରେ ରହିଥିଲା ଏହି ଦୁଇଟି ଆମ୍ବୁଲାନ୍ସ । ସୂଚନାନୁଯାୟୀ, ଆଜି (ବୁଧବାର) ମଧ୍ୟାହ୍ନ ସମୟରେ ମେଡିକାଲ ପଛରୁ ନିଆଁ ଜଳୁଥିବାର ଦେଖି ରୋଗୀ ତଥା ମେଡିକାଲର ସମସ୍ତ ଲୋକେ ଆତଙ୍କିତ ହୋଇପଡ଼ିଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିଆଁ, ଜଳିଗଲା ଦୁଇ ପୁରୁଣା ଆମ୍ବୁଲାନସ

ପ୍ରତ୍ଯକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ମେଡିକାଲ ପଛରେ ଥିବା ଦୁଇଟି ପୁରୁଣା ଆମ୍ବୁଲାନ୍ସ ହଠାତ ଜଳୁଥିବାର ଦେଖିବାକୁ ପାଇଥିଲେ, ତେଵେ ନିଆଁ କେଉଁଠୁ ଓ କିପରି ଆସିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଘଟଣାକୁ ନେଇ ମୁଖ୍ୟ ଚିକିତ୍ସାଳୟର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details