କେନ୍ଦ୍ରାପଡା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ପ୍ରସୂତି ବିଭାଗର ଏକ ୱାର୍ଡରେ ଲାଗିଲା ନିଆଁ । ଉକ୍ତ ୱାର୍ଡରେ ଥିବା ସମସ୍ତ ନବଜାତ ଶିଶୁ ଓ ପ୍ରସୂତି ମହିଳା ସୁରକ୍ଷିତ ରହିଥିବା ସୂଚନା। ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି।
କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ - fire broke out at Kendrapara District Hospital
12:15 May 07
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ
ସୂଚନା ଅନୁଯାୟୀ, ଜଣେ ପ୍ରସୂତି ମହିଳା ପାଣି ଗରମ କରିବା ପାଇଁ ତାଙ୍କ ବେଡ ତଳେ ପାଣି ବାଲଟି ରଖି ୱାର୍ଟର ହିଟର ଲଗାଇଥିଲେ। ୱାର୍ଟର ହିଟରର ତାର ନିମ୍ନ ମାନର ଥିବାରୁ ସେଥିରେ ନିଆଁ ଲାଗିଯାଇ ଧୂଆଁ ବାହାରି ୱାର୍ଡ ସାରା ଖେଳିଯାଇଥିଲା। ୱାର୍ଡରେ ଥିବା 15 ରୁ ଅଧିକ ପ୍ରସୂତି ମହିଳା ଭୟଭୀତ ହୋଇ ବାହାରକୁ ବାହାରି ଆସିଥିଲେ।
ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ଦେଖିବାକୁ ମିଳିଛି । ମେଡିକାଲ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ୱାର୍ଡକୁ ସଫା କରୁଥିବାର ଦେଖିବାକୁ ମିଳିଥିଲା। ଏ ବିଷୟରେ ସିଡିଏମଓଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ
TAGGED:
Kendrapara District Hospital