ଓଡିଶା

odisha

By

Published : Nov 15, 2022, 8:10 AM IST

ETV Bharat / state

ବିଜେପି ନେତା ବିଜୟ ମହାପାତ୍ରଙ୍କ ପୈତୃକ ବାସଭବନରେ ଅଗ୍ନିକାଣ୍ଡ

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପୈତୃକ ଗାଁ ବାସଭବନରେ ଅଗ୍ନିକାଣ୍ଡ ହୋଇଛି । ଘର ସହ ଆସବାବପତ୍ର ଜଳି ଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଅଧିକ ପଢନ୍ତୁ

ବିଜେପି ନେତା ବିଜୟ ମହାପାତ୍ରଙ୍କ ଘରେ ଅଗ୍ନିକାଣ୍ଡ
ବିଜେପି ନେତା ବିଜୟ ମହାପାତ୍ରଙ୍କ ଘରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡା:ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଘରେ ଅଗ୍ନିକାଣ୍ଡ । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ତଳକୁସୁମାରେ ଥିବା ପୈତୃକ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଘର ସହ ଆସବାବପତ୍ର ଜଳି ଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।

ହଠାତ୍ ନିଆଁ ଲାଗିବା ଦେଖି ଆଖି ଖୋଲିବା ବେଳକୁ ସବୁ କିଛି ଛାରଖାର ହୋଇଯାଇଥିଲା । ବାପ ଅଜା ଅମଳର ଘର ପୋଡି ପାଉଁଶ ହୋଇଛି । ଓଡିଶା ରାଜନୀତିର ଚିହ୍ନାମୁହଁ ତଥା ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା ବିଜୟ ମହାପ୍ରାତ୍ରଙ୍କ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ତଳକୁସୁମା ପଞ୍ଚାୟତରେ ପୈତୃକ ଘର ରହିଛି । ସୋମବାର ଦିନ ପ୍ରାୟ ୧୨ଟା ସମୟରେ ବାସଭବନରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ବିଜୟ ମହାପାତ୍ରଙ୍କ ରହିଥିବା ଚାଳ ଛପର ଘରଟି ଜଳି ଯାଉଥିବା ସ୍ଥାନୀୟ ଲୋକ ଦେଖିବା ପରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଏହା ସହ କୋରୁଆ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ।

ବିଜେପି ନେତା ବିଜୟ ମହାପାତ୍ରଙ୍କ ଘରେ ଅଗ୍ନିକାଣ୍ଡ

ଏହା ବି ପଢନ୍ତୁ...ଦଇବ ସାଧିଲା ଦାଉ, କୁନି କାନ୍ଧରେ ପରିବାର ଭାର

ଗ୍ରାମବାସୀ ଅଗ୍ନିକାଣ୍ଡ ଘଟିଥିବା ଘରୁ ଅନେକ ସାମଗ୍ରୀ ବାହାର କରି ଦେଇଥିବାବେଳେ, ବହୁ ସାମଗ୍ରୀ ନଷ୍ଟ ହୋଇଯାଇଛି । ଖବରପାଇ ଘଟଣା ସ୍ଥଳରେ କୋରୁଆ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ କରିଥିଲା । ପରେ ଖବର ପାଇ ବିଜୟ ମହାପାତ୍ର ତାଙ୍କ ତାଳକୁସୁମା ସ୍ଥିତ ବାସଭବନରେ ପହଞ୍ଚିଥିବା ବେଳେ ଜଳି ଯାଇଥିବା ପୈତୃକ ଘରୁ ଅତୀତର ସ୍ମୃତି ସାଉଁଟିଥିଲେ । ତେବେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବାବେଳେ ବିଜୟଙ୍କ ସମର୍ଥକଙ୍କ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ପୋଷ୍ଟ ଅନ୍ୟ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ବିଜୟ ମହାପାତ୍ରଙ୍କ ଗାଁ ତଳକୁସୁମା ପଞ୍ଚାୟତରେ 4 ବଖରା ଚାଳ ଛପର ଓ 4 ବଖରା କୋଠା ଘର ରହିଛି । ଘରେ କେହି ରହୁ ନଥିବାକୁ ଅଧିକାଂଶ ସମୟ ଘର ତାଲା ପଡୁଥିଲା ।

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details