ଓଡିଶା

odisha

ETV Bharat / state

ଟ୍ରାଫିକ ନିୟମ କଡାକଡି: ଓଭରଲୋଡ ଗାଡିକୁ ହେଭି ଫାଇନ୍

ଗତ ଦୁଇ ଦିନ ହେବ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କ ଦ୍ବାରା ସମସ୍ତ ଓଭରଲୋଡ଼ ଭାରିଯାନ ଗୁଡିକୁ ତନଖି କରାଯାଉଥିବାବେଳେ ଶନିବାର ଡେରାବିଶ୍ ତହସିଲଦାର ସମ୍ବିତ ଶତପଥୀ ଓ ଅତିରିକ୍ତ ଜିଲ୍ଳାପାଳଙ୍କ ଦ୍ବାରା ବିଭିନ୍ନ ଗାଡିକୁ ଯାଞ୍ଚ କରାଯାଇ ଆଦାୟ ହେଉଛି ଫାଇନ ।

By

Published : Dec 7, 2019, 10:43 AM IST

ଓଭରଲୋଡ ଗାଡିକୁ ହେଭି ଫାଇନ୍
ଓଭରଲୋଡ ଗାଡିକୁ ହେଭି ଫାଇନ୍

କେନ୍ଦ୍ରାପଡା: ରାଜ୍ୟରେ କମୁଥିବା ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଓ ବିନା ରସିଦ(ଫର୍ମ)ରେ ଚାଲାଣ ହେଉଥିବା ବାଲି ଓ ଚିପ୍ସ ଗାଡି ଉପରେ କେନ୍ଦ୍ରାପଡ଼ା ପ୍ରଶାସନ ଦ୍ବାରା ଫାଇନ ଆଦାୟ ।

ଗତ ଦୁଇ ଦିନ ହେବ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତଙ୍କ ଦ୍ବାରା ସମସ୍ତ ଓଭରଲୋଡ଼ ଭାରିଯାନ ଗୁଡିକୁ ତନଖି କରାଯାଉଥିବାବେଳେ ଶନିବାର ଡେରାବିଶ୍ ତହସିଲଦାର ସମ୍ବିତ ଶତପଥୀ ଓ ଅତିରିକ୍ତ ଜିଲ୍ଳାପାଳଙ୍କ ଦ୍ବାରା ବିଭିନ୍ନ ଗାଡିକୁ ଯାଞ୍ଚ କରାଯାଇ ଆଦାୟ ହେଉଛି ଫାଇନ ।

ଓଭରଲୋଡ ଗାଡିକୁ ହେଭି ଫାଇନ୍
ଶନିବାର ପାଖାପାଖି 5,85,000 ଟଙ୍କା ଫାଇନ ଆଦାୟ ହୋଇଥିବାବେଳେ ଗାଡି ଗୁଡିକୁ ଜବତ କରାଯାଇଛି ।

ପ୍ରଶାସନ ଦ୍ବାରା ନିଲାମ ହୋଇଥିବା ସଇରାତ ଥିବା ବାଲି ଖାଦାନ ଗୁଡିକରୁ ବାଲି ଉଠାଣ ହେଉଥିବାବେଳେ ଯେଉଁ ଖାଦାନ ଗୁଡିକ ନିଲାମ ହୋଇନାହିଁ ସେଠାରୁ ବାଲି ଉଠାଣ ହେଉଥିବା ଅଭିଯୋଗ ହୋଇଥିଲା । ଏହାପରେ ଉକ୍ତ ସ୍ଥାନ ଗୁଡିକରେ ଏକ ଟିମ୍‌ ଗଠନ କରାଯାଇ ଜେସିବି, ଟ୍ରାକ୍ଟର ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ତହସିଲଦାର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details