ଓଡିଶା

odisha

ETV Bharat / state

କଙ୍ଗାରୁକୋର୍ଟରେ ବାପ-ପୁଅଙ୍କୁ ମାଡ ଘଟଣା; ୫ ଗିରଫ, ତେଜୁଛି ଉତ୍ତେଜନା - ପେଟ୍ରୋଲ ପମ୍ପ

କେନ୍ଦ୍ରାପଡ଼ା ବଡପଡା-ସାହୁପଡା ପେଟ୍ରୋଲ ପମ୍ପରୁ ଟଙ୍କା ଚୋରି ହେବା ଘଟଣାରେ ବାପା ପୁଅଙ୍କୁ କଙ୍ଗାରୁକୋର୍ଟ କରାଇଥିଲେ ପେଟ୍ରୋଲ ପମ୍ପ ମାଲିକ । ଭିଡିଓ ଭାଇରାଲ ପରେ ୫ ଅଭିଯୁକ୍ତ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା ଜିଲ୍ଲାରେ  କଙ୍ଗାରୁ କୋର୍ଟ ଘଟଣାରେ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଉତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା
କେନ୍ଦ୍ରାପଡା ଜିଲ୍ଲାରେ କଙ୍ଗାରୁ କୋର୍ଟ ଘଟଣାରେ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଉତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜାକେନ୍ଦ୍ରାପଡା ଜିଲ୍ଲାରେ କଙ୍ଗାରୁ କୋର୍ଟ ଘଟଣାରେ ୪ଜଣଙ୍କୁ ବାନ୍ଧିଲା ପୋଲିସ, ଉତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା

By

Published : Oct 21, 2021, 1:44 PM IST

କେନ୍ଦ୍ରାପଡା: ଜିଲ୍ଲାର ବଡପଡା-ସାହୁପଡାରେ ଥିବା ପେଟ୍ରୋଲ ପମ୍ପରୁ ଟଙ୍କା ଚୋରି ଅଭିଯୋଗରେ ବାପ ପୁଅଙ୍କୁ କଙ୍ଗାରୁକୋର୍ଟ ସହ ମାଡ ମାରିବା ଘଟଣା । ୫ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ତେବେ ଉଭୟ ବାପ ପୁଅ ଚୋରି ଘଟଣାରେ ସମ୍ପୃକ୍ତ ନଥିବା ଜଣାପଡିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଗ୍ରାମବାସୀ । ଶେଷରେ ପୋଲିସ ଘଟଣାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି ।

କଙ୍ଗାରୁକୋର୍ଟ ଘଟଣାରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ, ଉତ୍ୟକ୍ତ ଲୋକଙ୍କ ଭଙ୍ଗାରୁଜା

ମିଳିଥିବା ସୂଚନା ଅନୁଯାୟୀ, ଗତ 8 ତାରିଖରେ ଜିଲ୍ଲାର ଏକ ପେଟ୍ରୋଲ ପମ୍ପରୁ 1 ଲକ୍ଷ 97 ହଜାର ଟଙ୍କା ଚୋରି ହୋଇଥିଲା । ଏନେଇ ବିଜୟନଗର ଗାଁର ଗଙ୍ଗାଧର ନାଥଙ୍କ ପୁଅ ସ୍ମୃତି ଚୋରି କରିଥିବା ସନ୍ଦେହରେ ଗତ 11 ତାରିଖରେ ପେଟ୍ରୋଲ ପମ୍ପର ମାଲିକ ଅଶୋକ ପତିଙ୍କ ଘରକୁ ବାପ ପୁଅଙ୍କୁ ଅଣାଯାଇଥିଲା । ଏହା ପରେ ଟଙ୍କା ଚୋରି କରିଥିବା ସ୍ବୀକାର କରିବା ପାଇଁ ଉଭୟଙ୍କୁ ମାଡ଼ ମାରିବା ସହ କରେଣ୍ଟ ଦେଇ କଙ୍ଗାରୁ କୋର୍ଟ କରିଥିଲେ ପେଟ୍ରୋଲ ପମ୍ପ ମାଲିକ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ତେବେ ଉଭୟ ବାପ ପୁଅଙ୍କୁ ଏଭଳି ଅକଥନୀୟ ଅତ୍ୟାଚାର ଦିଆଯାଉଥିବା ବେଳେ ଉକ୍ତ ସ୍ଥାନରେ ସାନ ମୋହନପୁର ପଞ୍ଚାୟତର ସରପଞ୍ଚ ରବୀନ୍ଦ୍ର ବେହେରା, ବିଜୟନଗର ସରପଞ୍ଚ ସୋମନାଥ ତ୍ରିପାଠୀ, ବଳିପାଳ ସରପଞ୍ଚ ପଞ୍ଚାନନ ସ୍ୱାଇଁ ଓ ସମିତିସଭ୍ୟାଙ୍କ ସ୍ୱାମୀ ତପନ ରାଉତ ଉପସ୍ଥିତ ଥିଲେ । କିନ୍ତୁ କେହି ବି ବାପା ପୁଅଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ । ତେବେ ଗତ ୧୩ ତାରିଖରେ ପେଟ୍ରୋଲ ପମ୍ପର ପଛ ପଟୁ ଟଙ୍କା ବ୍ୟାଗ ମିଳିବା ପରେ ଘଟଣା ଆହୁରି ଉଦବେଗଜନକ ହୋଇଥିଲା ଓ ଭୂଲରେ ସନ୍ଦେହ କରି ମାଡ଼ ମାରିଥିବା ନାବାଳକ ଓ ତାର ବାପାକୁ ଡାକି ବଣ୍ଡପେପର ଚିରି ଦେବା ସହିତ କାହାକୁ କିଛି ନକହିବା ପାଇଁ ବାଧ୍ୟ କରିଥିଲେ ପେଟ୍ରୋଲ ପମ୍ପ ମାଲିକ ଓ ନିର୍ବାଚିତ ଲୋକ ପ୍ରତିନିଧି।

କିନ୍ତୁ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଘଟଣାକୁ ଗୁରୁତର ସହ ନେଇ ପଟ୍ଟାମୁଣ୍ଡାଇ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଛି । ତେବେ ଜଣେ ଗରିବ ପରିବାରର ବାପପୁଅକୁ ମାଡ଼ ମାରିବା ଘଟଣାରେ ପେଟ୍ରୋଲ ଟାଙ୍କି ନିକଟରେ ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ ଘଟଣାସ୍ଥଳରେ ପେଟ୍ରୋଲ ପମ୍ପ ଭଙ୍ଗାରୁଜା କରିବା ସହିତ ମାଲିକଙ୍କ ଘର ଉପରକୁ ଢେଲା ମାଡ କରିଥିଲେ ଉତ୍ୟକ୍ତ ଲୋକେ। ପରେ ଘଟଣାସ୍ଥଳରେ ପୋଲିସ ପହଁଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।ଅନ୍ୟପଟେ ପୋଲିସ ବଳିପାଳ ସରପଞ୍ଚ ଓ ବିଜୟ ନଗର ସରପଞ୍ଚ ସମେତ ଜଣେ ସମିତି ସଭ୍ୟାଙ୍କ ସ୍ୱାମୀ ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସପି । ଏହି ଘଟଣା ଧୀରେଧୀରେ ଉତ୍ତେଜନା ଦେଖା ଦେଉଥିବା ବେଳେ ପୋଲିସ କଣ କାର୍ଯ୍ୟନୁଷ୍ଠାନ ନେଉଛି ତାକୁ ହିଁ ଅପେକ୍ଷା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details