ଓଡିଶା

odisha

ରଜ ସଂକ୍ରାନ୍ତିରେ ବଳଦେବଜୀଉଙ୍କ ଦର୍ଶନ କରି ଭଲ ଅମଳ ପ୍ରାର୍ଥନା କଲେ ଚାଷୀ

By

Published : Jun 15, 2021, 5:23 PM IST

କେନ୍ଦ୍ରାପଡାରେ ବଳଦେବ ଜୀଉ ମନ୍ଦିରରେ ପ୍ରାର୍ଥନା କଲେ ଚାଷୀ । ଭଲ ଫସଲ ପାଇଁ ମାଗିଲେ ଆର୍ଶୀବାଦ । ଅଧିକ ପଢନ୍ତୁ...

ରଜ ସଂକ୍ରାନ୍ତିରେ ବଳଦେବଜୀଉଙ୍କ ଦର୍ଶନ କରି ଭଲ ଅମଳ ପ୍ରାର୍ଥନା କଲେ ଚାଷୀ
ରଜ ସଂକ୍ରାନ୍ତିରେ ବଳଦେବଜୀଉଙ୍କ ଦର୍ଶନ କରି ଭଲ ଅମଳ ପ୍ରାର୍ଥନା କଲେ ଚାଷୀ

କେନ୍ଦ୍ରାପଡା:ଚାଷ ଓ ଚାଷୀର ବଡ଼ଠାକୁର ହଳାୟୁଧ ପ୍ରଭୁ ଶ୍ରୀ ବଳଦେବଜୀଉ । ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିବା ପରେ ରଜପର୍ବରେ ବସୁଧା ରଜ୍ଜ୍ଵଶୀଳା ହେବାପରେ କୃଷି କାର୍ଯ୍ୟ ଆରମ୍ଭ କରିଥାଏ ଚଷାପୁଅ । ହଳାୟୁଧ ବଳଦେବଜୀଉଙ୍କ ନିକଟରେ ବର୍ଷ ଯାକର ଫସଲର ଶୁଭ ମନାସି ଚାଷ ଜମିରେ ହଳ ଓ ଚାଷ ଆରମ୍ଭ କରିଥାଏ ଚାଷୀ। ଆଜି କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ମନ୍ଦିରରେ ଦର୍ଶନ କରି ଭଲ ଫସଲ ଅମଳର ପ୍ରାର୍ଥନା କରିଛନ୍ତି ଚାଷୀ ।

ରଜ ସଂକ୍ରାନ୍ତିରେ ବଳଦେବଜୀଉଙ୍କ ଦର୍ଶନ କରି ଭଲ ଅମଳ ପ୍ରାର୍ଥନା କଲେ ଚାଷୀ

କୋଭିଡ କଟକଣା ପାଇଁ ମନ୍ଦିର ଭିତରକୁ ପ୍ରବେଶ ନିଷେଧ ରହିଛି । ତେଣୁ ଅରୁଣ ସ୍ତମ୍ଭରେ ମୁଣ୍ଡମାରି ପ୍ରଭୁଙ୍କୁ ଏ ସନ ଭଲ ଫସଲ ପାଇଁ ପ୍ରାର୍ଥନା କରିଛି ଚାଷୀ । ଅନ୍ୟପଟେ କୋଭିଡ ନିୟମ ଅନୁପାଳନ କରି ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ କରି କୋଭିଡ ମହାମାରୀ ଦେଶରୁ ହଟିଯିବା ପାଇଁ ପ୍ରାର୍ଥନା କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details