ଓଡିଶା

odisha

By

Published : Nov 11, 2019, 11:25 PM IST

ETV Bharat / state

ତିତଲି କ୍ଷତିପୂରଣ ଦାବିରେ ଆମରଣ ଅନଶନରେ ଚାଷୀ

ତିତଲି କ୍ଷତିଗ୍ରସ୍ତ ଚାଷ ଜମିର କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଆମରଣ ଅନଶନରେ ବସିଲେ ଚାଷୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ତିତଲି କ୍ଷତିଗ୍ରସ୍ତ ଚାଷଜମିର କ୍ଷତିପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଆମରଣ ଅନଶନରେ ବସିଲେ ଚାଷୀ । ଦାବି ପୂରଣ ନହେଲେ ଅନଶନ ଜାରି ରହିବ ବୋଲି କହିଛନ୍ତି କୃଷକ ସାଥି ହରେକୃଷ୍ଣ ବେହେରା ।

ସୂଚନାନୁସାରେ, ଗତ ବର୍ଷ ବାତ୍ୟା ତିତଲି ପ୍ରଭାବରେ କେନ୍ଦ୍ରାପଡାରେ ଏକର ଏକର ଚାଷ ଜମି ଜଳମଗ୍ନ ହୋଇଥିଲା । ବିଶେଷ କରି ଜଜାଙ୍ଗ ରାଜସ୍ବ ଗ୍ରାମର ଚାଷ ଜମି ଗୁଡିକ ଉପରେ 5ରୁ 15 ଫୁଟ ଉଚ୍ଚର ପାଣି ଜମି ରହିଥିଲା । ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନେ ସେ ସମୟରେ ଅର୍ଥାତ୍‌ ତତ୍କାଳ ରାଜସ୍ବ ନିରୀକ୍ଷକଙ୍କଠୁ ତହସିଲଦାର ଏବଂ ଜିଲ୍ଲାପାଳଙ୍କ ପାଖକୁ କ୍ଷତିପୂରଣ ପାଇଁ ଦୌଡି ଦୌଡି ହତାଶ ହେବା ପରେ ବାଧ୍ୟ ହୋଇ ସୋମବାର ଆମରଣ ଅନଶନକୁ ଓହ୍ଲାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଚାଷୀଙ୍କ ଅନଶନ ଖବର ପାଇଁ ଅପରାହ୍ନରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଚାଷୀଙ୍କୁ ଭେଟିଥିଲେ । ଚାଷୀମାନେ ବାରମ୍ବାର ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ କ୍ଷତିପୂରଣ ନେଇ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି । ପରେ ବିଧାୟକ ଚାଷୀଙ୍କୁ ସମସ୍ୟାର ସମାଧାନ ହେବା ନେଇ ପ୍ରତିଶୃତି ଦେବା ପରେ ଅନଶନ ପ୍ରତ୍ୟାହାର ହୋଇଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details