ଓଡିଶା

odisha

ETV Bharat / state

‘କାଳିଆ’ ହିତାଧିକାରୀ ଚୟନକୁ ବିରୋଧ, ଚାଷୀଙ୍କ ଆମରଣ ଅନଶନ

କେନ୍ଦ୍ରାପଡା ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ଗ୍ରାମପଞ୍ଚାୟତରେ କାଳିଆ ଯୋଜନାରେ ସଠିକ ହିତାଧିକାରୀ ଚୟନକୁ ନେଇ ଆମରଣ ଅନଶନରେ ଚାଷୀ ।

By

Published : Dec 7, 2019, 8:55 PM IST

#kalia yojana
କାଳିଆ ଯୋଜନାରେ ହିତାଧିକାରୀ ଚୟନକୁ ନେଇ ଆମରଣ ଅନଶନରେ ଚାଷୀ

କେନ୍ଦ୍ରାପଡା: ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ଗ୍ରାମପଞ୍ଚାୟତରେ କାଳିଆ ଯୋଜନାରେ ସଠିକ ହିତାଧିକାରୀ ଚୟନକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି । ଭେଟେନାରୀ ଏଲଆଇଙ୍କ ବହିଷ୍କାର ଦାବିରେ ୫ ଦିନ ଧରି ପଞ୍ଚାୟତ ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନିକଟରେ ଆମରଣ ଅନଶନରେ ବସିଛନ୍ତି 20ରୁ ଅଧିକ ଚାଷୀ ।

କାଳିଆ ଯୋଜନାରେ ହିତାଧିକାରୀ ଚୟନକୁ ନେଇ ଆମରଣ ଅନଶନରେ ଚାଷୀ

ଅଭିଯୋଗ ଅନୁଯାୟୀ, ଭେଟେନାରୀ ଏଲଆଇ ସଠିକ ହିତାଧିକାରୀ ଚୟନ ନକରି ପଇସା ନେଇ ଅଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି । ଏହାସହ ସଠିକ ଚାଷୀମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଚାଷୀ କାଳିଆ ଯୋଜନାରେ କୌଣସି ସୁବିଧା ପାଇପାରିନାହାନ୍ତି । ଏନେଇ ପ୍ରକୃତ ଚାଷୀମାନେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ।

ଚାଷୀମାନଙ୍କର ଦାବି ରହିଛି ଯେ କାଳିଆ ଯୋଜନାର ପ୍ରକୃତ ହିତାଧିକାରୀ ଚୟନ କରାଯାଉ । ଭେଟେନାରୀ ଏଲଆଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବା ଦରକାର ପଡିଲେ ତାଙ୍କୁ ବହିଷ୍କାର କରାଯାଉ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details