ଓଡିଶା

odisha

By

Published : Oct 26, 2020, 4:50 PM IST

ETV Bharat / state

ବିଜୟା ଦଶମୀରେ ଅପରାଜିତା ପୂଜା ପରେ ମା'ଙ୍କୁ ମେଲାଣି

ଶକ୍ତି ସ୍ୱରୂପିଣୀ ଜଗତଜନନୀ ମା' ଦୁର୍ଗାଙ୍କ ଆଜି ବିଜୟା ଦଶମୀ । ଏହି ପରିପ୍ରେକ୍ଷୀରେ ପୂଜାମଣ୍ଡପରେ ଅପରାଜିତା ପୂଜା ହୋଇ ମା'ଙ୍କୁ ବିସର୍ଜନ କରି ବିଦାୟ ଦିଆଯାଇଛି । ଅଧିକ ପଢନ୍ତୁ...

ବିଜୟା ଦଶମୀରେ ଅପରାଜିତା ପୂଜା ପରେ ମା'ଙ୍କୁ ମେଲାଣି
ବିଜୟା ଦଶମୀରେ ଅପରାଜିତା ପୂଜା ପରେ ମା'ଙ୍କୁ ମେଲାଣି

କେନ୍ଦ୍ରାପଡା: ଶକ୍ତି ସ୍ୱରୂପିଣୀ ଜଗତଜନନୀ ମା' ଦୁର୍ଗାଙ୍କ ଆଜି ବିଜୟା ଦଶମୀ । ଏହି ପରିପ୍ରେକ୍ଷୀରେ ପୂଜାମଣ୍ଡପରେ ଅପରାଜିତା ପୂଜା ହୋଇ ମା'ଙ୍କୁ ବିସର୍ଜନ କରି ବିଦାୟ ଦିଆଯାଇଛି ।

ବିଜୟା ଦଶମୀରେ ଅପରାଜିତା ପୂଜା ପରେ ମା'ଙ୍କୁ ମେଲାଣି

କେନ୍ଦ୍ରାପଡା ଇନ୍ଦୁପୁରରେ ମା' ସିଂହବାହିନୀଙ୍କ ପୂଜା ଜିଲ୍ଲାରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଚଳିତବର୍ଷ କୋଭିଡ ସମୟ ବେଳେ ପୂଜା ଆୟୋଜକ ମାନଙ୍କ ମନରେ ରହିଛି ଅନେକ ଦୁଃଖ । ଇନ୍ଦୁପୁରରେ ମା'ଙ୍କ ପୂଜା ଉତ୍ସବକୁ ସମସ୍ତେ ଧୂମଧାମ ଓ ବହୁ ଆଡମ୍ବନାର ସହିତ ପାଳନ କରିଥାନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରୁ ମା'ଙ୍କ ଭଷାଣୀ ଯାତ୍ରା ଦେଖିବା ପାଇଁ ଇନ୍ଦୁପୁରରେ ଲାଗିଥାଏ ଗହଳି । କିନ୍ତୁ ଏଥର ମହାମାରୀ ଏସବୁକୁ ଫିକା କରିବା ସହ ଆବଦ୍ଧ କୋଠରୀରେ ପରଦା ପଛରେ ପୂଜା କାର୍ଯ୍ୟ ଶେଷ ହୋଇଛି । ଆଉ ମେଳଣ ପଡିଆ ଖାଁ ଖାଁ ଲାଗୁଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details