ଓଡିଶା

odisha

ETV Bharat / state

‘ଫନି’ରେ ଉଡିଯାଇଛି ଛାତ, ପ୍ରଶାସନର ନିଘା ନାହିଁ - kendrapara

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅଧିନସ୍ଥ ପେଣ୍ଠ ଗ୍ରାମରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ‘ଫନି’ର ପ୍ରଭାବରେ ଲୋକଙ୍କର ଚାଳଛପର ଘର ଉଡିଯାଇଛି । ହେଲେ ସରକାରୀ କର୍ମଚାରୀ ଏହାକୁ ଅଣଦେଖା କରିଛନ୍ତି ବୋଲି ପ୍ରଭାବିତମାନେ ଅଭିଯୋଗ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

By

Published : May 4, 2019, 11:30 PM IST

କେନ୍ଦ୍ରାପଡ଼ା: ତାଣ୍ଡବ ରଚିଛି ସାମୁଦ୍ରିକ ଝଡ଼ ‘ଫୋନି’ । ଆଉ ଏହାର ପ୍ରଭାବ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ । ତେବେ ଜିଲ୍ଲାର ରାଜନଗର ବ୍ଲକ ଅଧିନସ୍ଥ ପେଣ୍ଠ ଗ୍ରାମରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିବ ବୋଲି ଜିଲ୍ଲା ପ୍ରଶାସନ ପୂର୍ବରୁ ପ୍ରସ୍ତୁତ ଥିବା ସହ ସତର୍କ ଥିଲା । କିନ୍ତୁ ଯେତେବେଳେ ଗାଁ ଲୋକଙ୍କୁ ସାହାଯ୍ୟ କରିବାର ପାଳି ଆସିଲା ସେତେବେଳେ ପ୍ରଶାସନର ପ୍ରତିଶୃତି ଧୂଆଁବାଣ ପାଲଟିଛି ବୋଲି ଉକ୍ତ ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

ବାତ୍ୟା ‘ଫନି’ ଟିକେ ଶାନ୍ତ ହେବା ପରେ ପ୍ରଶାସନ ପକ୍ଷରୁ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ତାହାର ତଦନ୍ତ କରିଥିଲା । ତେବେ କ୍ଷୟକ୍ଷତି ହୋଇଥିବା ପରିବାରର ସମସ୍ୟାକୁ ଅଣଦେଖା କରିଛି ପ୍ରଶାସନ। ଏନେଇ ଜିଲ୍ଲାର ଅନେକ ଅଞ୍ଚଳରେ ଲୋକମାନେ ମୁଣ୍ଡରେ ହାତ ଦେଇ ବସିଥିବା ଅଭିଯୋଗ କରିଛନ୍ତି ବାତ୍ୟା ଦ୍ବାରା ନିଜର ବାସଗୃହ ହରାଇଥିବା ଜଣେ ବ୍ୟକ୍ତି ।

୧୯୭୧, ୧୯୮୨, ୧୯୯୯ ମସିହାର ମହାବାତ୍ୟାରେ ଏହି ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିଲା । କିନ୍ତୁ ସେତେବେଳେ ମଧ୍ୟ ଗାଁ ମୁଣ୍ଡରେ ଥିବା ବନବିହାରୀଙ୍କ କୃପା ବଳରେ ବଞ୍ଚିଯାଇଥିଲା ଅନେକଙ୍କ ଜୀବନ । ଫନିର ତାଣ୍ଡବ ପରେ ଆଜି ସକାଳୁ ମେଡିକାଲ ଟିମ ଆସି ପେଣ୍ଠ ଗାଁରେ ପହଞ୍ଚି ଲୋକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ମେଡିକାଲ ଟିମ ସହିତ ଆସିଥିବା ଡାକ୍ତର ଲୋକଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପରେ ସେମାନଙ୍କୁ ଆଉ ମାଗଣାରେ ଔଷଧ ଦେଇନଥିଲେ । ବରଂ ରୋଗୀଙ୍କୁ ପ୍ରେସକ୍ରିପ୍ସନରେ ଔଷଧର ନାଁ ଲେଖି ଦୋକାନରୁ କିଣିବା ପାଇଁ ପରାମର୍ଶ ଦେଇଥିଲେ ।

ସ୍ଥାନୀୟ ଆଧିବାସୀମାନେ ଔଷଧ କିଣିବା ପାଇଁ ଅସମର୍ଥ ଥିବା ବେଳେ ପ୍ରଶାସନ ପକ୍ଷରୁ ମହଜୁଦ ଥିବା ଔଷଧ କୁଆଡେ ଗଲା ବୋଲି ପ୍ରଶ୍ନ ଉଠାଉଛନ୍ତି ଗ୍ରାମବାସୀ । ସମଗ୍ର ଜିଲ୍ଲାରେ ବାତ୍ୟା ‘ଫନି’ ତାର କରାଳ ରୂପ ଦେଖାଇଥିବା ବେଳେ ପ୍ରଶାସନ ପକ୍ଷରୁ ଦେଇଥିବା ସମସ୍ତ ପୂର୍ବର ପ୍ରତିଶୃତି ଧୂଆଁବାଣ ପାଲଟିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details