ଓଡିଶା

odisha

By

Published : May 26, 2023, 7:44 PM IST

ETV Bharat / state

କର୍ଣ୍ଣଫ୍ଲୋର ବଦଳରେ କୀଟନାଶକ ମିଶାଇ ପକୁଡି ଖାଇଦେଲେ, ୩ ଗୁରୁତର

ପକୁଡିକୁ ସ୍ବାଦିଷ୍ଟ କରିବା ପାଇଁ କର୍ଣ୍ଣଫ୍ଲୋର ବଦଳରେ ପକାଇଲେ କୀଟନାଶକ । ବିଷାକ୍ତ ପକୁଡିକୁ ଖାଇ ଗୋଟିଏ ପରିବାରର 3 ଗୁରୁତର । ଅଧିକ ପଢ଼ନ୍ତୁ

ବେସନରେ କର୍ଣ୍ଣଫ୍ଲୋର ବଦଳରେ ପକାଇ ଗୋଟିଏ ପରିବାରର ତିନି ଗୁରୁତର
ବେସନରେ କର୍ଣ୍ଣଫ୍ଲୋର ବଦଳରେ ପକାଇ ଗୋଟିଏ ପରିବାରର ତିନି ଗୁରୁତର

ବେସନରେ କର୍ଣ୍ଣଫ୍ଲୋର ବଦଳରେ ପକାଇ ଗୋଟିଏ ପରିବାରର ତିନି ଗୁରୁତର

କେନ୍ଦ୍ରପଡା:କୀଟନାଶକ ପକୁଡି ଖାଇ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି । ପକୁଡିକୁ ସ୍ୱାଦିଷ୍ଟ କରିବା ପାଇଁ ବେସନରେ କର୍ଣ୍ଣଫ୍ଲୋର ବଦଳରେ ପକାଇଲେ କୀଟନାଶକ ପାଉଡର । ଆଉ ସେହି ପକୁଡିକୁ ଖାଇ ଗୋଟିଏ ପରିବାରର 3 ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଏପରି ବିଚିତ୍ର ଏବଂ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଥାନା ପଳସିଂହା ପଞ୍ଚାୟତ ତେଲିପାଟଣା ଗ୍ରାମରେ । ବିଷାକ୍ତ ପକୁଡି ଖାଇ ଗୋଟିଏ ପରିବାରର ବାପା, ମା ଓ ପୁଅ ଗୁରୁତର ହୋଇଥିବା ସୂଚନା ମିଳିଛି ।

ଏହା ବି ପଢ଼ନ୍ତୁତତଲା କଡେଇରେ କଳାହାଣ୍ଡି, ଦିନ ତାପମାତ୍ରା ୪୨ ଡିଗ୍ରୀ ପାର୍

ତେଲିପାଟଣା ଗ୍ରାମର ଭାସ୍କର ସାହୁ, ତାଙ୍କ ପତ୍ନୀ ଏବଂ ତାଙ୍କ ପୁଅ ଗତକାଲି ରାତିରେ ପକୁଡି ଛାଣିବା ପାଇଁ ବେସନରେ କର୍ନଫ୍ଲାୱାର ବଦଳରେ ଭୁଲ୍‌ରେ ଚାଷ ପାଇଁ ଆସିଥିବା କୀଟନାଶକ ପାଉଡରକୁ ପକାଇ ଦେଇଥିଲେ । ଫଳରେ ଆଜି ସକାଳୁ ସକାଳୁ 3 ଜଣ ବାନ୍ତି କରି ଘର ଭିତରେ ଅଚେତ ହୋଇ ପଡିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ପାଖ ପଡୋଶୀଙ୍କ କହିବା ଆନୁଯାୟୀ, ‘‘ସକାଳୁ ସକାଳୁ ଦାଣ୍ଡ ଓଲାଇବା ପାଇଁ କି ବିଲକୁ ଯିବା ପାଇଁ କେହି ଘରୁ ବାହାରି ନଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଘରୁ କେହି ବାହାରୁ ନଥିବା ଦେଖି ଆମେ ଘର କବାଡକୁ ବାଡେଇ ଥିଲୁ । ଘରୁ କାହାର ଶୋରଶବ୍ଦ ମିଳି ନଥିଲା । ପରେ କିଛି ବିପଦ ଆଶଙ୍କା କରି ଗାଁ ଲୋକଙ୍କୁ ଡାକି ତାଙ୍କ ଘର କବାଟ ଭାଙ୍ଗିଥିଲୁ । ତେବେ ଘରେ ବାପମା ଓ ପୁଅ ତିନିଜଣ ଅଚେତ ହୋଇଥିବା ଦେଖିବାକୁ ପାଇଥିଲୁ । ଗ୍ରାମବାସୀମାନେ ପ୍ରଥମେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।’’

ଭାସ୍କରଙ୍କ ଝିଅ ଗୀତାଞ୍ଜଳି ସାହୁ କହିଛନ୍ତି, ‘‘ପରିବାରରେ କେହି ଶିକ୍ଷିତ ନଥିବା କାରଣରୁ ପକୁଡିକୁ ସ୍ବାଦିଷ୍ଟ କରିବା ପାଇଁ ଘରେ ରଖିଥିବା କର୍ନଫ୍ଲାୱାର ବଦଳରେ କୀଟନାଶକ ଔଷଧ ପକାଇଛନ୍ତି । ଖାଦ୍ୟ ଖାଇବା ପରେ ସେମାନଙ୍କ ବାନ୍ତି ହେବା ସହ ମୁଣ୍ଡ ବୁଲେଇ ଅଚେତା ହୋଇଯାଇଥିଲେ ।’’ ରାତିରେ ପକୁଡି ଛାଣିବା ଏବଂ କର୍ନଫ୍ଲାୱାର ବଦଳରେ କୀଟନାଶକ ପକାଇବା ଘଟଣାରେ ସାରା ତେଲିପାଟଣା ଗାଁଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ତ୍ତମାନ ପରିବାରର ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

ଇଟିଭି ଭାରତ,କେନ୍ଦ୍ରାପଡା

ABOUT THE AUTHOR

...view details