ଓଡିଶା

odisha

ETV Bharat / state

ବଟି ମାଗି ନିର୍ଦ୍ଧୁମ ଛେଚା ଖାଇଲେ ନକଲି ଅବକାରୀ ବିଭାଗ କର୍ମଚାରୀ - ଫାଣ୍ଡିରେ ଅଟକ ନକଲି ଅବକାରୀ କର୍ମଚାରୀ

ଅବକାରୀ ବିଭାଗ କର୍ମଚାରୀ କହି ବଟି ମାଗିବା ପଡିଲା ମହଙ୍ଗା । ଛେଚା ଖାଇଲେ ଅବକାରୀ ବିଭାଗର ବେସରକାରୀ ଡ୍ରାଇଭର । କେନ୍ଦ୍ରାପଡା ହରିଅଙ୍କ ଗାଁର ଘଟଣା । ଅଧିକ ପଢନ୍ତୁ

ବଟି ମାଗି ନିର୍ଦ୍ଧୁମ ଛେଚା ଖାଇଲେ ନକଲି ଅବକାରୀ ବିଭାଗ କର୍ମଚାରୀ
ବଟି ମାଗି ନିର୍ଦ୍ଧୁମ ଛେଚା ଖାଇଲେ ନକଲି ଅବକାରୀ ବିଭାଗ କର୍ମଚାରୀ

By

Published : Aug 1, 2022, 3:33 PM IST

କେନ୍ଦ୍ରାପଡା : ଅବକାରୀ କର୍ମଚାରୀ ପରିଚୟ ଦେବା ପଡିଲା ମହଙ୍ଗା । ମିଛରେ ପରିଚୟ ଦେଇ ଛେଚା ଖାଇଲେ ଅବକାରୀ ବିଭାଗର ବେସରକାରୀ ଡ୍ରାଇଭର। ଶେଷରେ ନିଜ ମୁହଁରେ ଦୋଷ ମଧ୍ୟ ସ୍ବୀକାର କରିଛନ୍ତି ।

ବଟି ମାଗି ନିର୍ଦ୍ଧୁମ ଛେଚା ଖାଇଲେ ନକଲି ଅବକାରୀ ବିଭାଗ କର୍ମଚାରୀ

ସୂଚନା ଅନୁସାରେ,କେନ୍ଦ୍ରାପଡା ଅବକାରୀ ବିଭାଗରେ ବେସରକାରୀ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି ଭାଗ୍ୟଧର ମଲ୍ଲିକ । ଗତକାଲି ବିଳମ୍ବିତ ରାତିରେ ଜଣେ ସହଯୋଗୀଙ୍କ ସହ କେନ୍ଦ୍ରାପଡ଼ା ହରିଅଙ୍କ ଗାଁର ଦୋଳଗୋବିନ୍ଦ ମଲିକଙ୍କ ଘରେ ପହଞ୍ଚି ଥିଲେ ଭାଗ୍ୟଧର । ଆଉ ନିଜକୁ ଅବକାରୀ କର୍ମଚାରୀର ପରିଚୟ ମଧ୍ୟ ଦେଇଥିଲେ । ଚୋରା ମଦ କାରବାରରେ ଦୋଳଗୋବିନ୍ଦଙ୍କ ସମ୍ପୃକ୍ତି ନେଇ ଚାନ୍ଦା ମାଗିଥିଲେ । ଏପରିକି ଚାନ୍ଦା ନଦେଲେ ଗିରଫ ହେବାକୁ ମଧ୍ୟ ସେ ଦୋଳଗୋବିନ୍ଦଙ୍କୁ ଧମକ ଦେଇଥିଲେ ।

ତେବେ ଭାଗ୍ୟଧରଙ୍କ କାର୍ଯ୍ୟକଳାପରେ ସନ୍ଦେହ ହେବାରୁ ତାଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମାରିଥିଲେ ଦୋଳଗୋବିନ୍ଦ । ପରେ ତାଙ୍କୁ ଚାନ୍ଦୋଳ ଫାଣ୍ଡିରେ ପୋଲିସର ଜିମା ଦେଇଥିଲେ । ସେପଟେ ଘଟଣାସ୍ଥଳରୁ ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଦୋଳଗୋବିନ୍ଦଙ୍କ ଏତଲାକୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇଛି ।

ଇଟିଭି ଭାରତ,କେନ୍ଦ୍ରାପଡା

ABOUT THE AUTHOR

...view details