ଓଡିଶା

odisha

ETV Bharat / state

ମୃତକଙ୍କ ନାଁରେ ବାର ଲାଇସେନ୍ସ ନବୀକରଣ, ବନ୍ଧା ହେଲେ ଏସଆଇ - ମୃତ ମହିଳାଙ୍କ ନାମରେ ଦେଇଥିଲେ ଲାଇସେନ୍ସ

ମୃତ ମହିଳାଙ୍କ ନାମରେ ବାର ଲାଇସେନ୍ସ ନବୀକରଣ କରି ଗିରଫ ହେଲେ ଅବକାରୀ ବିଭାଗ ଏସଆଇ । କେନ୍ଦ୍ରପଡାରେ କାର୍ଯ୍ୟରତ ସମୟରେ ହେଲେ ଗିରଫ ।

Excise Sub Inspector arrested
ଗିରଫ ହେଲେ ଅବକାରୀ ବିଭାଗ ଏସଆଇ

By

Published : Nov 27, 2019, 10:00 PM IST

କେନ୍ଦ୍ରାପଡା: ମୃତ ମହିଳାଙ୍କ ନାମରେ ବାର ଲାଇସେନ୍ସ ନବୀକରଣ କରି ଗିରଫ ହେଲେ ଅବକାରୀ ବିଭାଗ ଏସଆଇ ପୂର୍ଣ୍ଣେନ୍ଦୁ ରାଉତ ।

ଗିରଫ ହେଲେ ଅବକାରୀ ବିଭାଗ ଏସଆଇ

ସୂଚନାନୁସାରେ, ଟାଉନ ଥାନା ଅଧିନ ଗୋପସ୍ଥିତ ଗୁଡୁ ବାର ଆଣ୍ଡ ରେଷ୍ଟୁରାଣ୍ଟର ମାଲିକାଣି ସବିତା ପ୍ରିୟମ୍ବଦା ପ୍ରିୟଦର୍ଶିନୀ ଦାସ ଗତ ୨୦୧୬ ମସିହା ଡିସେମ୍ବର ମାସରେ ମୃତ୍ୟୁବରଣ କରିଥିଲେ । ମାତ୍ର ୨୦୧୭ ଓ ୨୦୧୮ ମସିହାରେ ତାଙ୍କ ନାମରେ ଥିବା ବାରକୁ ନବୀକରଣ କରିନେବାରେ ମୃତ ମହିଳାଙ୍କ ଭାଇ ପ୍ରତାପ ଦାସ ସମର୍ଥ ହୋଇଥିଲେ ଓ ଏଥିରେ ସରକାରୀ ଅଧିକାରୀ ତାଙ୍କୁ ସହଯୋଗ କରିଥିଲେ ।

ଏନେଇ ଗତ 16 ଜୁଲାଇ 2018ମସିହାରେ ତତ୍କାଳୀନ କେନ୍ଦ୍ରାପଡ଼ା ଅବକାରୀ ଅଧିକ୍ଷକ ରାହାସ ବିହାରୀ ପାତ୍ର ଟାଉନ ଥାନା ଅନ୍ତର୍ଗତ ଇଶ୍ୱରପୁର ଗ୍ରାମର ପ୍ରତାପ ଚନ୍ଦ୍ର ଦାସଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଉପରେ ଟାଉନ ପୋଲିସ ପକ୍ଷରୁ କେସ୍ ନଂ ୧୦୨/୧୮ରେ ଏକ ମାମଲା ରୁଜୁ କରାଯାଇ ଭାରତୀୟ ପିଙ୍ଗଳ କୋର୍ଟ ଦଫା ୪୨୦, ୪୬୭, ୪୬୮, ୪୭୧, ୪୭୪ ଲଗାଯାଇ ତିନିଜଣ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ ଦାଖଲ କରାଯାଇଥିଲା ।

ତେବେ ପୁର୍ବରୁ ଦୁଇ ଅଭିଯୁକ୍ତ ଉଚ୍ଚ ନ୍ୟାୟାଳୟ ଦ୍ୱାରା ଆଗୁଆ ଜାମିନ ପାଇଥିବା ବେଳେ ବୁଧବାର କେନ୍ଦ୍ରାପଡ଼ା ଅବକାରୀ ବିଭାଗରେ କାର୍ଯ୍ୟ କରୁଥିବା ଏସଆଇ ପୂର୍ଣ୍ଣେନ୍ଦୁ ରାଉତଙ୍କୁ ଗୋପ ସ୍ଥିତ ବାସଭବନରୁ ଟାଉନ ଥାନା ସବ୍ ଇନ୍ସପେକ୍ଟର ସୌମ୍ୟରଞ୍ଜନ ଜାଲି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ, ଅବକାରୀ ଅଧିକ୍ଷକଙ୍କ ଦ୍ୱାରା ଅଭିଯୋଗ ହେବା ସମୟରେ ଅଭିଯୁକ୍ତ ଏସଆଇ କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟରତ ଥିଲେ ଓ ପରେ କେନ୍ଦୁଝର ବଦଳି ହୋଇଯାଇଥିଲେ । ତେବେ ମାତ୍ର ୧୫ଦିନ ତଳେ କେନ୍ଦ୍ରାପଡ଼ାକୁ ପୁନଃ ବଦଳି ହୋଇ ଆସିଥିବା ପୂର୍ଣ୍ଣେନ୍ଦୁଙ୍କୁ ପୋଲିସ ଗିରଫ କରିଛି । ତେବେ ଏନେଇ ପ୍ରଶ୍ନ ଉଠୁଛି ଯେ, ଟାଉନ ପୋଲିସ ଗତ ୧ ବର୍ଷ ୬ମାସ ମଧ୍ୟରେ କିପରି ଅଭିଯୁକ୍ତ ପୂର୍ଣ୍ଣେନ୍ଦୁଙ୍କୁ ଗିରଫ କରି ପାରୁନଥିଲା ? ଜଣେ ସରକାରୀ କର୍ମଚାରୀ ହୋଇ ଏଭଳି ଖାମାଖିଆଲି ରିପୋର୍ଟ ପୂର୍ଣ୍ଣେନ୍ଦୁ କେଉଁ ସ୍ୱାର୍ଥରେ ଦେଇଥିଲେ ? ପୂର୍ଣ୍ଣେନ୍ଦୁଙ୍କୁ ଗିରଫ କରିବା ପାଇଁ ପୋଲିସକୁ ଏତେ ବିଳମ୍ବ ହେଲା କାହିଁକି ?

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ

ABOUT THE AUTHOR

...view details