କେନ୍ଦ୍ରାପଡା:ରାତି ପାହିଲେ ମ୍ୟାଟ୍ରିକ ପରୀକ୍ଷା । କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମ୍ୟାଟ୍ରିକ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି । ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୯ ହଜାର ୩ ଶହ ୮୯ଜଣ ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି । ସେହିପରି ୬୨୬ଜଣ ଏକ୍ସ ରେଗୁଲାରରେ ପରୀକ୍ଷା ଦେବେ । ଜିଲ୍ଲାରେ ସର୍ବମୋଟ ୨୦,୭୫୯ ଜଣ ପରୀକ୍ଷା ଦେବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇ ଥିବାବେଳେ ମୋବାଇଲ ଫୋନ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀ ଓ ଶିକ୍ଷକ ନେଇ ପାରିବେ ନାହିଁ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ୧୦୩ଟି ପରୀକ୍ଷା କେନ୍ଦ୍ର, ମଧ୍ୟମା ଛାତ୍ରଛାତ୍ରୀ ମାନଙ୍କ ପାଇଁ ୨ଟି, ଏସଏସସି ଛାତ୍ରଛାତ୍ରୀ ଓ ମଦ୍ରାସା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗୋଟିଏ ଲେଖାଏଁ କେନ୍ଦ୍ର ହୋଇଛି ।
ମାଟ୍ରିକ ସଜବାଜ, କେନ୍ଦ୍ରାପଡାରେ ପରୀକ୍ଷା ଦେବେ 20 ହଜାର - Exam Preparation in kendrapara
ରାତି ପାହିଲେ ମ୍ୟାଟ୍ରିକ ପରୀକ୍ଷା । କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମ୍ୟାଟ୍ରିକ ପରୀକ୍ଷା ପାଇଁ ଜୋରଦାର ପ୍ରସ୍ତୁତି । ଅଧିକ ପଢନ୍ତୁ.....
ରାତି ପାହିଲେ ମ୍ୟାଟ୍ରିକ ପରୀକ୍ଷା
ରାତି ପାହିଲେ ମ୍ୟାଟ୍ରିକ ପରୀକ୍ଷା
ଜିଲ୍ଲାରେ ୧୦୭ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା କହିଛନ୍ତି ଶିକ୍ଷାଧିକାରୀ । ସେହିପରି ୩୭ଟି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇ କ୍ୟାମେରା ଲଗାଯାଇଥିବା ବେଳେ ପ୍ରତ୍ୟେକ କେନ୍ଦ୍ରରେ ଜଣେ ଲେଖାଏଁ ଅଧିକାରୀଙ୍କୁ ଅବଜର୍ଭର ରଖାଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ