କେନ୍ଦ୍ରାପଡ଼ା: ଖାଲି କୁଁ କାଁ ହେଲା ଇଭିଏମ ମେସିନ । ଟିକେ କାମ କଲା ପୁଣି ଅଟକିଗଲା । ଏହାପରେ ମୋଟେ କିଛି କାମ କଲାନାହିଁ । ସମସ୍ତେ ନିରୁପାୟ । ଆଉ ମେସିନରେ ତ୍ରୁଟି କାରଣରୁ ଭୋଟ ଦେବାରେ ବିଳମ୍ବ ହେବାରୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରପରିଷଦ ୨୦ ନମ୍ବର ୱାର୍ଡର ୩୩ ନଂ ବୁଥରେ ।
ସୂଚନାଅନୁସାରେ ରାଜ୍ୟରେ ଆଜି ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୮ଟାରୁ ଭୋଟ ଦେବାକୁ ବୁଥ ଆଗରେ ଧାଡିରେ ଛିଡା ହୋଇଛନ୍ତି ଭୋଟର । ପଟ୍ଟାମୁଣ୍ଡାଇ ପୌରପରିଷଦ ୨୦ ନମ୍ବର ୱାର୍ଡର ୩୩ ନଂ ବୁଥରେ ଦୀର୍ଘ ସମୟ ଧରି ଇଭିଏମ ମେସିନ ଅଚଳ ହୋଇପଡ଼ିଥିବାରୁ ଧାଡିରେ ଥିବା ଶତାଧିକ ଭୋଟରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।