ଓଡିଶା

odisha

By

Published : Jul 20, 2019, 8:54 AM IST

ETV Bharat / state

3 ବୁଥରେ ବିଗିଡିଲା EVM, ମତଦାନ ବାଧାପ୍ରାପ୍ତ

ଆରମ୍ଭ ହୋଇଛି ପାଟକୁରା ନିର୍ବାଚନ ପାଇଁ ମତଦାନ । ଆରମ୍ଭରୁ ହିଁ 3 ବୁଥରେ ଇଭିଏମ ବିଗିଡି ଯାଇଥିବା ଦେଖିବାକୁ ମିଳିଛି ।

ଫାଇଲ ଫଟୋ

କେନ୍ଦ୍ରାପଡା: ମତଦାନ ପାଇଁ EVM ଅଡୁଆ । ସାଧାରଣ ନିର୍ବାଚନ ବେଳେ ଯାହା ଦେଖିବାକୁ ମିଳିଥିଲା, ପାଟକୁରା ନିର୍ବାଚନରେ ବି ସମାନ କିଛି ସ୍ଥିତି ଉପୁଜିଛି । ବିଭିନ୍ନ ବୁଥରେ ବିଗିଡିଛି ଇଭିଏମ । ବାଧାପ୍ରାପ୍ତ ହୋଇଛି ମତଦାନ ।

ଆଜି ପାଟକୁରା ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ହେଲେ ଭୋଟ ଆରମ୍ଭ ନହେଉଣୁ ଦେଖିବାକୁ ମିଳିଛି ଇଭିଏମ ଦାଉ । ବିଭିନ୍ନ ସ୍ଥାନରେ ବିଗିଡି ଯାଇଛି ଇଭିଏମ । ମାର୍ଶାଘାଇ ବ୍ଲକ ଡିହ ବଳରାମପୁର(ବୁଥ ନମ୍ବର 159), ଗରଦପୁର ବ୍ଲକ କୁସୁନପୁର (ବୁଥ ନମ୍ବର 201) ଏବଂ ପହଣାପନ୍ଦିଆ(ବୁଥ ନମ୍ବର 278)ରେ ଇଭିଏମ ଅଚଳ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହାଫଳରେ ସାମୟିକ ସମୟ ପାଇଁ ଏହି ବୁଥଗୁଡିକରେ ମତଦାନ ବନ୍ଦ ରହିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details