ଓଡିଶା

odisha

ETV Bharat / state

ଥଇଥାନ ବିନା ବେଆଇନ ଉଠାଦୋକାନୀଙ୍କୁ ହଟାଉଛି ପ୍ରଶାସନ - ପଟ୍ଟାମୁଣ୍ଡାଇ ଟ୍ରାଫିକ ସମସ୍ୟା

ଟ୍ରାଫିକ ସମସ୍ୟା ପାଇଁ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧୀନରେ ଥିବା ବେଆଇନ ଉଠାଦୋକାନୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ହଟାଇଛି ପ୍ରଶାସନ । ଭେଣ୍ଡିଂ ଜୋନ୍ ମାଧ୍ୟମରେ ଉଠାଦୋକାନୀ ମାନଙ୍କୁ ଦୋକାନ ଗୃହ ଯୋଗାଇ ଦିଆଯିବ ବୋଲି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

By

Published : Jul 27, 2019, 3:21 AM IST

କେନ୍ଦ୍ରାପଡା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପଟ୍ଟାମୁଣ୍ଡାଇ ପୌରପରିଷଦ ଅଧୀନରେ ଥିବା ବେଆଇନ ଉଠା ଦୋକାନୀଙ୍କୁ ହଟାଇଛି ପ୍ରଶାସନ । ଦୀର୍ଘ ଦିନର ଟ୍ରାଫିକ ସମସ୍ୟା ପାଇଁ ଏହି ଉଠା ଦୋକାନୀ ମାନଙ୍କୁ ମୁଖ୍ୟତଃ ଦାୟୀ କରାଯାଉଥିବା ବେଳେ ଥଇଥାନ ବିନା ଏଭଳି ଉଠାଇବାକୁ ନେଇ ଅସନ୍ତୋଷ ଜାହିର କରିଛି ପଟ୍ଟାମୁଣ୍ଡାଇ ଉଠାଦୋକାନୀ ସଂଘ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଶୁକ୍ରବାର ଅପରାହ୍ଣରେ ପଟ୍ଟାମୁଣ୍ଡାଇ ତହସିଲଦାର, ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଥାନାଧିକାରୀଙ୍କ ଉପସ୍ଥିତିରେ ଏହି ବେଆଇନ ଉଠାଦୋକାନ ଗୁଡିକୁ ହଟାଯାଇଛି । ବେଆଇନ ଉଠା ବ୍ୟବସାୟୀଙ୍କୁ ଉଠାଇବା ବେଳେ ଉତ୍ତେଜନା ଦେଖାଯିବାରୁ ପୋଲିସ ପକ୍ଷରୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।

ଉଠାଦୋକାନୀମାନଙ୍କୁ ଭେଣ୍ଡିଂ ଜୋନ୍ ମାଧ୍ୟମରେ ଦୋକାନ ଗୃହ ଯୋଗାଇ ଦିଆଯିବ ବୋଲି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତିଶୃତି ଦେଇଛନ୍ତି । ତେବେ ଏହି ଜବରଦଖଲ ଉଚ୍ଛେଦ ପରେ ଟ୍ରାଫିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ରଖିଛନ୍ତି ସ୍ଥାନୀୟ ଜନସାଧାରଣ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details