କେନ୍ଦ୍ରାପଡା:ଅସହାୟ ଭାଇ ଭଉଣୀକୁ ସହଯୋଗର ହାତ ବଢ଼ାଇଛି ସାମାଜିକ ସଂଗଠନ। ଗତ ମାସ ୨୯ ତାରିଖରେ 'ନିଷ୍ଠୁର ନିୟତି ଆଗରେ ଅସହାୟ ତିନିପ୍ରାଣୀ' ଶୀର୍ଷକ ଖବର ଇଟିଭି ଭାରତରେ ପ୍ରସାରିତ ହେବା ପରେ ଏବେ ଅସହାୟ ଭାଇଭଉଣୀଙ୍କ ପାଖରେ ପହଞ୍ଚିଛନ୍ତି ବିଭିନ୍ନ ସାମାଜିକ ସଂଗଠନ।
ଶନିବାର କଟକ ଜିଲ୍ଲାର 'ସାହାଯ୍ୟ,ହୋପ ଅଫ ଲାଇଫ' ନାମକ ଏକ ସାମାଜିକ ସଂଗଠନ କେନ୍ଦ୍ରାପଡ଼ା ଧୂମାତ ଶାସନ ଗାଁରେ ପହଞ୍ଚିଛି । ଅସହାୟ ଭାଇଭଉଣୀ ପ୍ରମିଳା, ତ୍ରିଲୋଚନ ଓ ଶୁଭମଙ୍କୁ ଆର୍ଥିକ ସହାୟତା ଯୋଗାଇଛି । ଏହା ସହିତ ଗୋଟିଏ ମାସର ରାସନ ସାମଗ୍ରୀ ସହିତ ତ୍ରିଲୋଚନ ଏବଂ ଶୁଭମଙ୍କ ପାଇଁ ପାଠ୍ୟଉପକରଣ ଯୋଗାଇ ଦେଇଛି ସଙ୍ଗଠନ । ଏହାର ପ୍ରତିଷ୍ଠାତା ବବିତା ଦାସଙ୍କ ନେତୃତ୍ବରେ ଏକ ଚାରିଜଣିଆ ଟିମ ଧୂମାତ ଶାସନ ଗାଁରେ ପହଞ୍ଚି ଏହି ପରିବାରକୁ ପ୍ରତ୍ୟେକ ମାସରେ ରାସନ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ନିୟମିତ ଭାବରେ ପରିବାର ସହ ଯୋଗାଯୋଗର ରହି ପ୍ରମିଳାଙ୍କୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ପ୍ରଶାସନ ଓ ରାଜନେତାଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।