ଓଡିଶା

odisha

ETV Bharat / state

Etv Bharat Impact: ଗୋବରୀ ନଦୀ ପ୍ରଦୂଷଣ ପ୍ରସଙ୍ଗ, କେନ୍ଦ୍ରାପଡ଼ା ପୌରପାଳିକା ଉପରେ NGT ଛାଟ - ପ୍ରଦୂଷିତ କେନ୍ଦ୍ରାପଡ଼ାର ମେରୁଦଣ୍ଡ

କେନ୍ଦ୍ରାପଡ଼ାବାସୀଙ୍କ ଜୀବନରେଖା କୁହାଯାଉଥିବା ଗୋଦାବରୀ ନଦୀ ଆଜି ଦୂଷିତ । ପୌରପାଳିକା ଏନେଇ ଠୋସ ପଦକ୍ଷେପ ନନେବା ପରେ ହୋଇଛି ହଟହଟା । ଆଉ NGT ଛାଟ ପଡ଼ିବା ପରେ ଗଣିବାକୁ ଯାଉଛି ୨୪ ଲକ୍ଷ ଜୋରିମାନା । ଗୋବରୀ ନଦୀର ଦୁଃଖ ସମ୍ପର୍କରେ ପ୍ରଥମେ ଇଟିଭି ଭାରତ ଖବର ପ୍ରସାରଣ କରିବା ପରେ ଏନେଇ ଅଭିଯୋଗ ହୋଇଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦେଖନ୍ତୁ ଏହି ରିପୋର୍ଟ

ଗୋବରୀ ନଦୀ ପ୍ରଦୂଷଣ ପ୍ରସଙ୍ଗ, କେନ୍ଦ୍ରାପଡ଼ା ପୋୖରପାଳିକା ଉପରେ NGT ଛାଟ
ଗୋବରୀ ନଦୀ ପ୍ରଦୂଷଣ ପ୍ରସଙ୍ଗ, କେନ୍ଦ୍ରାପଡ଼ା ପୋୖରପାଳିକା ଉପରେ NGT ଛାଟ

By

Published : Jul 22, 2022, 8:17 PM IST

କେନ୍ଦ୍ରାପଡ଼ା: ହରଡ଼ଘଣାରେ କେନ୍ଦ୍ରାପଡ଼ା ପୌରପାଳିକା । ମାସିକ ୧ ଲକ୍ଷ ହିସାବରେ ୨ବର୍ଷ ପର୍ଯ୍ୟନ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ଆର୍ଥିକ ଶାସ୍ତି (PENALTY) ପୈଠ କରିବାକୁ କେନ୍ଦ୍ରାପଡ଼ା ପୌରପାଳିକାକୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(NGT) । ଗୋବରୀ ନଦୀ ଜଳ ପ୍ରଦୂଷିତ ହେବା ଓ ଏଥିପାଇଁ କୌଣସି ଠୋସ ପଦକ୍ଷେପ ନନେବା କାରଣରୁ ଏହି ଆର୍ଥିକ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆ ଯାଇଥିବା ବେଳେ ଗୋବରୀ ନଦୀର ଦୁଃଖ ସମ୍ପର୍କରେ ପ୍ରଥମେ ଇଟିଭି ଭାରତ ଖବର ପ୍ରସାରଣ କରିଥିଲା । ଏହାପରେ ଜିଲ୍ଲାବାସୀଙ୍କ ଅଭିଯୋଗ ପରେ ଆରମ୍ଭ ହୋଇଥିଲା ତଦନ୍ତ ।

ଗୋବରୀ ନଦୀ ପ୍ରଦୂଷଣ ପ୍ରସଙ୍ଗ, କେନ୍ଦ୍ରାପଡ଼ା ପୋୖରପାଳିକା ଉପରେ NGT ଛାଟ

୧୦ଲକ୍ଷ ଲୋକଙ୍କର ବଞ୍ଚିବାର ରାହା ଆଉ ପାଖାପାଖି ୧୫୦ଟି ପଞ୍ଚାୟତର ଲୋକଙ୍କ କୃଷି ସମସ୍ୟାକୁ ସମାଧାନ କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନଧାରା ଗୋବରୀ ନଦୀର ଜଳ ଆଜି ପ୍ରଦୂଷିତ । ଏ ସମ୍ପର୍କରେ ଗତ ୨୦୨୦ ଜୁଲାଇ ମାସରେ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିବା ବେଳେ ସେତେବେଳେ କେନ୍ଦ୍ରାପଡ଼ା ଗୁଲନଗର ଗାଁର ପ୍ରକାଶ ଚନ୍ଦ୍ର ନାୟକ ପ୍ରଧାନମନ୍ତ୍ରୀଙ୍କୁ ଗୋବରୀ ନଦୀର ଦୂଷିତ ପାଣି କିପରି ଜୀବନ ଆଉ ଜୀବିକା ଉଜାଡୁଛି ସେନେଇ ମେଲ ମାଧ୍ୟମରେ ଅଭିଯୋଗ କରିଥିଲେ । ସେ ସମୟରେ କେନ୍ଦ୍ର ସରକାରଙ୍କ ଜଳଶକ୍ତି ବିଭାଗ ପକ୍ଷରୁ ଜାତୀୟ ନଦୀ ସଂରକ୍ଷଣ ବିଭାଗର ଉପନିର୍ଦ୍ଦେଶକ ସଞ୍ଜୟ ସିଂହ କେନ୍ଦ୍ର ପ୍ରଦୂଷଣ ଓ ରାଜ୍ୟ ପ୍ରଦୂଷଣ ବିଭାଗକୁ ଗୋବରୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ କେଉଁ ପଦକ୍ଷେପ ନେଇଛନ୍ତି ତାହା ଅଭିଯୋଗକାରୀଙ୍କୁ ଜଣାଇବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ତେବେ ଘଟଣାକୁ ଦୁଇବର୍ଷ ପୁରିଥିଲେ ସୁଦ୍ଧା ଅଭିଯୋଗକାରୀଙ୍କୁ କୌଣସି ସୂଚନା ଦିଆଯାଇନଥିବା ବେଳେ ରାବେୟା ତବସୁମ ନାମ୍ନୀ ଜଣେ ମହିଳା ରାଜ୍ୟର ସର୍ବ ପୁରାତନ କେନ୍ଦ୍ରାପଡ଼ା ପୌରପାଳିକାରେ ବର୍ଜ୍ୟବସ୍ତୁ ପରିଚାଳନା ଓ ଗୋବରୀ ନଦୀର ଜଳ ପ୍ରଦୂଷଣ ନେଇ NGTରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଏକ ୪ ଜଣିଆ ଟିମ କେନ୍ଦ୍ରାପଡ଼ା ସହରରେ ବର୍ଜ୍ୟବସ୍ତୁ ପରିଚାଳନା ଓ ଏଥିପାଇଁ ପଦକ୍ଷେପ ଦେଖି ପୌରପାଳିକା ୱାର୍ଡରେ ସାମାନ୍ୟ ଖପ୍ପା ହୋଇଥିବା ବେଳେ ଗୋବରୀ ନଦୀର ୩ଟି ସ୍ଥାନରୁ ଜଳ ସଂଗ୍ରହ କରି ଏହାର ଲ୍ୟାବ ଟେଷ୍ଟ କରାଇବା ପରେ ଗୋବରୀ ନଦୀ ଯେ କେତେ ପ୍ରଦୂଷିତ ସେନେଇ ତଥ୍ୟ ସାମ୍ନାକୁ ଆସିଛି ।

"ସହର ମଧ୍ୟ ଦେଇ ପ୍ରବାହିତ ହେଉଥିବା ଗୋବରୀ ନଦୀକୁ କେନ୍ଦ୍ରାପଡ଼ା ସହରର ବିଭିନ୍ନ ସ୍ଥାନରୁ ଡ୍ରେନ ସଂଯୋଗ କରାଯାଇ ଆବର୍ଜନା ପାଣି ନିଷ୍କାସନ ହେଉଥିବା ବେଳେ ସହରରେ ଥିବା ବିଭିନ୍ନ ହୋଟେଲ ଗୁଡିକର ବର୍ଜ୍ୟବସ୍ତୁର ନିଷ୍କାସନ ସ୍ଥାନ ପାଲଟିଛି ଗୋବରୀ । କହିବାକୁ କେହି ନଥିବା ବେଳେ ସରକାରୀ ମେଡିକାଲ ସାଙ୍ଗକୁ ଘରୋଇ ନର୍ସିଂହୋମ ଗୁଡିକର ଆବର୍ଜନା ମଧ୍ୟ ଗୋବରୀ ନଦୀରେ ପଡି ନଦୀଜଳ ଦୂଷିତ ହେଉଥିବା ଦେଖାଯାଇଛି । ନିର୍ଦ୍ଦେଶ ଦିଆଯାଇଥିବା ଏହି ଜୋରିମାନା ରାଶି ପୈଠ କଲେ ହିଁ ପୌରପାଳିକା ନିଜ ଦାୟିତ୍ୱ ସଠିକ ଢଙ୍ଗରେ ବୁଝିପାରିବ" ବୋଲି କହିଛନ୍ତି ବୁଦ୍ଧିଜୀବି ।

ଅନ୍ୟପଟେ ଏହି "ଜୋରିମାନା ସମ୍ପର୍କରେ ପୋୖରାଧ୍ୟକ୍ଷାଙ୍କୁ ପଚାରିବାରୁ NGTରୁ ସେଭଳି କୌଣସି ଚିଠି ମିଳିନାହିଁ, NGTରେ ଶୁଣାଣୀ ଆସନ୍ତା ୨୪ ତାରିଖରେ ଧାର୍ଯ୍ୟ କରାଯାଇଛି ବୋଲି କହିବା ସହ ଜନସାଧାରଣ ସଚେତନ ନହେଲେ ଗୋବରୀ ନଦୀର ସୁରକ୍ଷା ଅସମ୍ଭବ" ବୋଲି କହିଛନ୍ତି । ଗୋବରୀ ଜଳ ଏବେ ଦୂଷିତ ହୋଇଥିବା ବେଳେ ଗୋବରୀକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ରାବେୟା ତବସୁମଙ୍କ ପ୍ରୟାସକୁ ସହରରେ ସାଧୁବାଦ ଦେଉଥିବା ବେଳେ ଏହି ଜୋରିମାନା ଅର୍ଥ ସାଧାରଣ ଜନତାଙ୍କ ଟ୍ୟାକ୍ସ ପୈଠ ଅର୍ଥ ବଦଳରେ ସରକାରୀ ଉଚ୍ଚ ପଦାଧିକାରୀଙ୍କ ପକେଟରୁ ନେବା ପାଇଁ ଦାବି ହେଉଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details