ଓଡିଶା

odisha

ETV Bharat / state

'ଇଟିଭି ଭାରତ' କ୍ୟାମେରା ଲେନ୍ସରେ ଶିକ୍ଷାର ବିକଳ ଚିତ୍ର - ଶିକ୍ଷାର ବିକଳ ଚିତ୍ର

ଆଗକୁ ଆସିଲା ଗଣଶିକ୍ଷା ବିଭାଗର ଦାରୁଣ ଚିତ୍ର । ପାଠ ପଢା ନହୋଇ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ପ୍ରାୟ 80ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମାତ୍ର ତିନିଜଣ ଶିକ୍ଷକ ପାଠ ପଢାଉଥିବା ଦୃଶ୍ୟ କଏଦ ହୋଇଛି ଆମ କ୍ୟାମେରାରେ । ଯାହାକୁ ନେଇ କ୍ଷୁବ୍ଧ ଛାତ୍ରଛାତ୍ରୀ ଓ ଅଭିଭାବକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

By

Published : Oct 26, 2019, 8:04 PM IST

Updated : Oct 26, 2019, 9:21 PM IST

କେନ୍ଦ୍ରାପଡା: ଆଗକୁ ଆସିଲା ଗଣଶିକ୍ଷା ବିଭାଗର ଦାରୁଣ ଚିତ୍ର । ପାଠ ପଢା ନହୋଇ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଆଗକୁ ଅର୍ଦ୍ଧବାର୍ଷିକ ପରୀକ୍ଷା ଥିବା ବେଳେ ପାଠ ପଢା ନହେବା ଅଭିଭାବକ ମାନଙ୍କୁ ଯେତିକି ଅସନ୍ତୁଷ୍ଟ କରିଛି ସେତିକି କ୍ଷୁବ୍ଧ ମଧ୍ୟ କରିଛି।

'ଇଟିଭି ଭାରତ' କ୍ୟାମେରା ଲେନ୍ସରେ ଶିକ୍ଷାର ବିକଳ ଚିତ୍ର

ସଭିଏଁ ପଢନ୍ତୁ, ସଭିଏଁ ବଢ଼ନ୍ତୁ ସ୍ଲୋଗାନ ଫେଲ ମାରିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଶିକ୍ଷା କ୍ଷେତ୍ରରେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନିଯୁକ୍ତ ଅଛନ୍ତି 4ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ । କିନ୍ତୁ ବାସ୍ତବରେ କେହି ବି ଶିକ୍ଷକ ଓ ଶିକ୍ଷୟିତ୍ରୀ ଠିକ ଭାବେ ଆସୁନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଏବେ ଅନ୍ଧକାର ମୁହାଁ । ଡେରାବିଶ୍ ବ୍ଲକ ହଳଦିଆ ଉର୍ଦ୍ଦୁ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରାୟ 80ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ମାତ୍ର ତିନିଜଣ ଶିକ୍ଷକ ପାଠ ପଢାଉଥିବା ଦୃଶ୍ୟ କଏଦ ହୋଇଛି ଆମ କ୍ୟାମେରାରେ । 28ତାରିଖରୁ ଆରମ୍ଭ ହେଉଛି ଅର୍ଦ୍ଧବାର୍ଷିକ ପରୀକ୍ଷା । ହେଲେ ପାଠ ପଢାଯାଇନଥିବା ଅଭିଯୋଗ ହୋଇଛି ।

ସେପଟେ ଅନ୍ୟଜଣେ ଶିକ୍ଷୟିତ୍ରୀ ଲଳିତା ବେଉରା ପ୍ରଧାନ ଶିକ୍ଷୟତ୍ରୀଙ୍କୁ ନଜଣାଇ ଦୀର୍ଘଦିନ ଧରି ବିଦ୍ୟାଳୟକୁ ଆସୁନଥିବାରୁ ପାଠପଢ଼ା ବ୍ୟାହତ ହୋଇଛି । ଅପରପକ୍ଷରେ ଗତ 14 ତାରିଖରେ ଡେରାବିଶ୍ ବିଇଓ ପ୍ରଧାନଶିକ୍ଷୟତ୍ରୀଙ୍କୁ ଚିଠି ଲେଖି ଉକ୍ତ ଶିକ୍ଷୟିତ୍ରୀ ଲଳିତା ବେଉରାଙ୍କୁ ଗ୍ରାଉଣ୍ଡ ଫ୍ଲୋର ରେ କ୍ଳାସ ନେବା ପାଇଁ କହିଛନ୍ତି । ତେବେ ବିନା ଛୁଟି ଦରଖାସ୍ତରେ ଛୁଟିରେ ଥିବା ବେଳେ ଦରମା କିନ୍ତୁ ପାଇଛନ୍ତି ଶିକ୍ଷୟିତ୍ରୀ । ଶିକ୍ଷା ବିଭାଗର ଗାଇଡ଼ଲାଇନକୁ ପାଦରେ ଆଡେଇ ବିନା ଅନୁମତିରେ ଛୁଟିରେ ଥିବା ଶିକ୍ଷୟିତ୍ରୀଙ୍କୁ ବିଇଓ କିପରି ଦରମା ପ୍ରଦାନ କଲେ ତାହା ଆଶ୍ଚର୍ଯ୍ୟ କରିଛି । ଏନେଇ ବିଇଓଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କୌଣସି ମନ୍ତବ୍ୟ ଦେବାକୁ ସିଧା ମନା କରି ଦେଇଛନ୍ତି ।

ଶିକ୍ଷକ, ଶିକ୍ଷୟିତ୍ରୀ ଓ ବ୍ଲକଶିକ୍ଷା ବିଭାଗ ମଧ୍ୟରେ ସମନ୍ବୟ ଠିକ ଭାବେ ରହୁନଥିବାରୁ ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଅନ୍ଧାର ଆଡକୁ ଚାଲିଯାଉଥିବା ବେଳେ ପ୍ରଶାସନର ଏହି ଘଟଣାରେ ହସ୍ତକ୍ଷେପ ଏକାନ୍ତ ଆବଶ୍ୟକ ହୋଇପଡିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Oct 26, 2019, 9:21 PM IST

ABOUT THE AUTHOR

...view details