କେନ୍ଦ୍ରାପଡ଼ା : ବିଭିନ୍ନ ଦାବି ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ବୁଧବାର ଏଞ୍ଜେନ ଅଧୀନରେ କାର୍ଯ୍ୟରତ ଠିକା ଶ୍ରମିକମାନେ ବିଭିନ୍ନ ଦାବି ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି |
ଇଲେକ୍ଟ୍ରିସିଟି ଠିକା ଶ୍ରମିକ ସଂଘର ସଭାପତି ଦେବଦାସ ମହାନ୍ତିଙ୍କ ନେତୃତ୍ବରେ ଠିକା କର୍ମଚାରୀମାନେ ତିନିମୁହାଣୀରୁ ଏକ ମୋଟର ସାଇକଲ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ | ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା |