କେନ୍ଦ୍ରାପଡା:ଖରସ୍ରୋତା ନଦୀରେ ନିର୍ମାଣ ଚାଲିଥିବା ବୃହତ ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଭିତରକନିକା ଜୈବ ମଣ୍ଡଳ ବିଶେଷ ଭାବେ ପ୍ରଭାବିତ ହେବା ଆଶଙ୍କାରେ ଅନଶନରେ ବସିଥିବା ଶ୍ରୀକାନ୍ତ ନାୟକଙ୍କ ଅନଶନ ଆଜି ୧୬ ଦିନରେ ପହଞ୍ଚିଛି । ଅନଶନର ୧୬ଦିନରେ ପରିବେଶବିତ ଶ୍ରୀକାନ୍ତଙ୍କୁ ଭେଟିଲେ ପୂର୍ବତନ ଖଦିବୋର୍ଡ ଅଧ୍ୟକ୍ଷ ତଥା ଯୁବ ଓଡ଼ିଶାର ଅଧ୍ୟକ୍ଷ ତେଜେଶ୍ବର ପରିଡା ।
ତେଜେଶ୍ବର ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଶ୍ରୀକାନ୍ତଙ୍କୁ ଅନଶନ ଭାଙ୍ଗିବା ପାଇଁ ଅନୁରୋଧ କରିଥିଲେ। ତେବେ ସରକାରୀ ସ୍ତରରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ IIT ହାଇଦ୍ରାବାଦର ରିପୋର୍ଟ ଉପରେ ସତ ସାମ୍ନାକୁ ଆସିବା ପାଇଁ ଦାବି କରିଥିଲେ ଶ୍ରୀକାନ୍ତ । ସେହିପରି ଭିତରକନିକା ଇକୋ ସେନସିଟିଭ ଜୋନ ଉପରେ ନିର୍ମାଣାଧିନ ପାନୀୟ ଜଳ ପ୍ରକଳ୍ପର କୌଣସି କୁପ୍ରଭାଵ ନପଡିବା ପ୍ରତିଶ୍ରୁତି ମିଳିଲେ ଶ୍ରୀକାନ୍ତ ଅନଶନ ଭଙ୍ଗ କରିବେ ବୋଲି ଚରମବାଣୀ ଶୁଣାଇବା ପରେ ତେଜେଶ୍ବର ରାଜ୍ୟ ସରକାରଙ୍କ ପାଖରେ ଏହି ଦାବିକୁ ଗଣମାଧ୍ୟମ ଜରିଆରେ ଉପସ୍ଥାପନ କରିଛନ୍ତି ।